ଜୁଲାଇ ୧ରୁ ୧୪ ଯାଏ ଆଇସିଏସ୍‌ଇ- ଆଇଏସ୍‌ଇ ପରୀକ୍ଷା

ଭୁବନେଶ୍ୱର: କରୋନା ଭୂତାଣୁ ସଂକ୍ରମଣ ପାଇଁ ଦେଶରେ ଲାଗୁ କରାଯାଇଥିବା ଲକ୍‌ଡାଉନ୍‌ ଯୋଗୁ ବାତିଲ ହୋଇଥିବା କାଉନ୍‌ସିଲ୍‌ ଫର୍‌ ଇଣ୍ଡିଆନ୍‌ ସ୍କୁଲ ସାର୍ଟିଫିକେଟ୍‌ ପରୀକ୍ଷା (ସିଆଇଏସ୍‌ଇ) ଦ୍ବାରା ପରିଚାଳିତ ବାକି ରହିଥିବା ଆଇସିଏସ୍‌ଇ(ଦଶମ) ଓ ଆଇଏସ୍‌ସି (ଦ୍ୱାଦଶ) ପରୀକ୍ଷା ଜୁଲାଇ ୧ରୁ ଆରମ୍ଭ ହେବ ଏବଂ ଏହା ଜୁଲାଇ ୧୪ ପର୍ଯ୍ୟନ୍ତ ଚାଲିବ। ଏନେଇ ସିଆଇଏସ୍‌ଇ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି। ସମସ୍ତ ଛାତ୍ରଛାତ୍ରୀ ଓ ଶିକ୍ଷକମାନେ କୋଭିଡ୍‌ ଗାଇଡ୍‌ଲାଇନ୍‌କୁ ପାଳନ କରିବେ।

ଆଇସିଏସ୍‌ଇ ଦଶମ ଶ୍ରେଣୀ ପରୀକ୍ଷା ପୂର୍ବାହ୍ନ ୧୧ଟାରୁ ଆରମ୍ଭ ହେବ। ଆଇସିଏସ୍‌ଇର ଭୂଗୋଳ, ଆର୍ଟପେପର୍‌, ଗ୍ରୁପ୍‌-୩ ଇଲେକ୍‌ଟିଭ୍, ହିନ୍ଦୀ, ବାୟୋଲୋଜି, ଇକୋନୋମିକ୍ସ ପରୀକ୍ଷା କରାଯିବ। ସେହିପରି ଆଇଏସ୍‌ଇର ବାୟୋଲୋଜି, ବିଜ୍‌ନେସ୍‌ ଷ୍ଟଡ଼ିଜ୍,ଭୂଗୋଳ, ସାଇକୋଲୋଜି, ସୋସିଓଲୋଜି, ହୋମ୍‌ସାଇନ୍ସ, ଇଲେକ୍‌ଟିଭ୍‌ ଇଂଲିସ୍, ଆର୍ଟ-୫କ୍ରାଫ୍ଟ ପରୀକ୍ଷା ଅନୁଷ୍ଠିତ ହେବ ଏବଂ ପ୍ରତ୍ୟେକ ପରୀକ୍ଷା ପୂର୍ବାହ୍ନ ୧୧ଟାରୁ ଆରମ୍ଭ ହେବ।

ଆଇସିଏସ୍‌ଇ ଓ ଆଇଏସ୍‌ସି ପରୀକ୍ଷା ମାର୍ଚ୍ଚ ମାସରେ ଆରମ୍ଭ ହୋଇଥିଲା । କରୋନା ଭୂାତଣୁ ସଂକ୍ରମଣ ଆଶଙ୍କାରେ ଆଇସିଏସ୍‌ଇର ୬ଟି ବିଷୟ ଓ ଆଇଏସ୍‌ସିର ୮ଟି ବିଷୟରେ ପରୀକ୍ଷା ବାତିଲ ହୋଇଥିଲା।
ଆଇସିଏସ୍‌ଇ ଓ ଆଇଏସ୍‌ସି ପରୀକ୍ଷା ପାଇଁ ଏକ ଗାଇଡ୍‌ଲାଇନ୍‌ ମଧ୍ୟ ପ୍ରସ୍ତୁତ କରାଯାଇଛି । ସ୍କୁଲ ଗେଟ୍‌ରୁ ପରୀକ୍ଷା କେନ୍ଦ୍ର ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନେ ସାମାଜିକ ଦୂରତା ରକ୍ଷା କରି ଆସିବେ । ପରୀକ୍ଷା ହଲ୍‌ରେ ମଧ୍ୟ ସେମାନେ ସାମାଜିକ ଦୂରତା ରକ୍ଷା କରି ବସିବେ ଓ ପରୀକ୍ଷା ଦେବେ। ସମସ୍ତେ ମାସ୍କ ପିନ୍ଧିବେ ଓ ସାଥୀରେ ହ୍ୟାଣ୍ଡ ସାନିଟାଇଜର ଆଣିବେ। ପ୍ରତ୍ୟେକ ଛାତ୍ରଛାତ୍ରୀ ନିଜର ପେନ୍‌ ଓ ଅନ୍ୟାନ୍ୟ ଷ୍ଟେସ୍‌ନାରୀ ସାଙ୍ଗରେ ଆଣିବେ। ପରୀକ୍ଷା ଆରମ୍ଭ ହେବାର ୩୦ ମିନିଟ୍‌ ପୂର୍ବରୁ କେନ୍ଦ୍ରରେ ପହଞ୍ଚିବାକୁ ପଡ଼ିବ। ଛାତ୍ରଛାତ୍ରୀଙ୍କୁ ୧୫ ମିନିଟ୍‌ ପୂର୍ବରୁ ଅର୍ଥାତ୍‌ ୧୦ଟା ୪୫ରେ ପ୍ରଶ୍ନପତ୍ର ଦିଆଯିବ ଓ ୧୧ଟାରେ ପରୀକ୍ଷା ଆରମ୍ଭ ହେବ ବୋଲି ଗାଇଡ୍‌ଲାଇନରେ ଉଲ୍ଲେଖ ରହିଛି ।

Comments are closed.