ଦେଶରେ ହୋଇନାହିଁ ଗୋଷ୍ଠୀ ସଂକ୍ରମଣ : ଆଇସିଏମ୍‌ଆର

ନୂଆଦିଲ୍ଲୀ : ଦେଶରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏ​ବେ ଦେଶ ଗୋଷ୍ଠୀ ସଂକ୍ରମଣ ଆଡ଼କୁ ଅଗ୍ରସର ହେଉଥିବା ଚର୍ଚ୍ଚା ହେଉଛି। ତେବେ ଏଭଳି ପ୍ରସଙ୍ଗକୁ ଖଣ୍ଡନ କରିଛନ୍ତି ଇଣ୍ଡିଆନ୍‌ କାଉନ୍‌ସିଲ୍‌ ଅଫ୍‌ ମେଡ଼ିକାଲ୍‌ ରିସର୍ଚ୍ଚ(ଆଇସିଏମ୍‌ଆର୍‌) ମହାନିର୍ଦେଶକ ବଳରାମ ଭାର୍ଗବ। ଏବେ ଦେଶରେ ଗୋଷ୍ଠୀ ସଂକ୍ରମଣ କରୋନା ଆଶଙ୍କା ସୃଷ୍ଟି ହୋଇନାହିଁ ବୋଲି ସେ କହିଛନ୍ତି।
କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଯୋଗଦେଇ ଆଇସିଏମ୍‌ଆର୍‌ ମହାନିର୍ଦେଶକ ବଳରାମ ଭାର୍ଗବ କହିଥିଲେ ଯେ ଦେଶରେ ଲକ୍‌ଡାଉନ୍‌ ଓ କଣ୍ଟେନ୍‌ମେଣ୍ଟ ପ୍ରଭାବ ନେଇ ୮୦ ଜିଲାରେ ସର୍ଭେ ହୋଇଥିଲା। ଲକ୍‌ଡାଉନ୍‌ ଓ କମେଣ୍ଟେନ୍‌ମେଣ୍ଟ ପାଇଁ କରୋନା ଆକ୍ରାନ୍ତ ସଂଖ୍ୟା କମ୍ ଥିବା ଜଣାପଡ଼ିଥିଲା। ତେବେ ଭାରତର ଏକ ବଡ଼ ଅଂଶ ଲୋକ ସମ୍ବେଦନଶୀଳ ବର୍ଗରେ ରହିଛନ୍ତି। ସେମାନଙ୍କୁ ଯେକୌଣସି ସମୟରେ କରୋନା ସଂକ୍ରମଣ ହୋଇପାରେ। ସାମନ୍ୟ ଅସାବଧାନତା କରୋନା ମାମଲା ବଢ଼ାଇ ଦେଇପାରିବ। ତେବେ ଦେଶରେ ଏ ଯାଏ ଗୋଷ୍ଠୀ ସଂକ୍ରମଣ ହୋଇନାହିଁ।

Comments are closed.