ଦୈନିକ ୧ଲକ୍ଷ ନମୂନା ପରୀକ୍ଷା ପାଇଁ ପଦକ୍ଷେପ ନେଉଛି ଆଇସିଏମ୍ଆର୍

ସମାଜ ପୋର୍ଟାଲ ଡେସ୍କ: ଭାରତୀୟ ଡାକ୍ତରୀ ଗବେଷଣା ପରିଷଦ କୋଭିଡ-୧୯ ଭୂତାଣୁ ପରୀକ୍ଷା ପାଇଁ ଏହାର ପରୀକ୍ଷାଗାରଗୁଡ଼ିକର ସଂଖ୍ୟା ବୃଦ୍ଧି କରିବା ଜାରିରଖିଛି। ବର୍ତ୍ତମାନ ସୁଦ୍ଧା ୨୦୧ଟି ସରକାରୀ ପରୀକ୍ଷାଗାର, ୩ଟି ଭୂତାଣୁ ସଂଗ୍ରହ କେନ୍ଦ୍ର ଓ ୮୬ଟି ବେସରକାରୀ ପରୀକ୍ଷାଗାରରେ କୋଭିଡ-୧୯ ନମୂନାର ପରୀକ୍ଷା କରାଯାଉଛି। ଆଇସିଏମ୍ଆର୍ କହିଛି, ପ୍ରତିଦିନ ଦେଶର ବିଭିନ୍ନ ପରୀକ୍ଷାଗାରରେ ନମୂନା ପରୀକ୍ଷା ସଂଖ୍ୟା ବୃଦ୍ଧି କରାଯାଉଛି। ଆସନ୍ତା ମାସ ଶେଷ ସୁଦ୍ଧା ଦୈନିକ ୧ଲକ୍ଷ ନମୂନା ପରୀକ୍ଷା କରାଯାଇପାରିବ।
ବର୍ତ୍ତମାନ ସୁଦ୍ଧା ଆଇସିଏମ୍ଆର୍ ୩୩ଟି ପିସିଆର୍ କିଟ୍କୁ ଅନୁମତି ପ୍ରଦାନ କରିଛି। ମାଇଁ ଲାବ୍, ଆଲଟୋନାନା ଡାଇନୋଷ୍ଟିକ୍ସ, ଏସ୍ଡି ବାୟୋସେନ୍ସର ଓ ହେଲିନି ବାୟୋମୋଲିକଲ୍ସ ଭଳି ୧୫ଟି କମ୍ପାନୀ ସେହି ପିସିଆର୍ କିଟ୍ ଗୁଡ଼ିକୁ ନିର୍ମାଣ କରିଛନ୍ତି।