୨ୟ ଲହର ପରି ଭୟଙ୍କର ହେବ ନାହିଁ ୩ୟ ଲହର : ଆଇସିଏମଆର ବୈଜ୍ଞାନିକ

ନୂଆଦିଲ୍ଲୀ: ଦେଶରେ କୋଭିଡ଼୍-୧୯ର ୨ୟ ଲହର ପରେ ଏବେ ୩ୟ ଲହରକୁ ନେଇ ଚିନ୍ତା ବଢିବାରେ ଲାଗିଛି। ନିକଟରେ ଏକ ଗବେଷଣାରୁ ଜଣାପଡ଼ିଛି ଯେ ଯଦି କରୋନାର ୩ୟ ଲହର ଆସେ, ତେବେ ତାହା ଅଧିକ ସାଂଘାତିକ ହେବନାହିଁ। ଭାରତୀୟ ଭେଷଜ ଗବେଷଣା ପରିଷଦ (ଆଇସିଏମଆର)ର ଜଣେ ବରିଷ୍ଠ ବୈଜ୍ଞାନିକ ତଥା ମହାମାରୀ ବିଭାଗ ମୁଖ୍ୟ ଡ. ସମୀରନ ପଣ୍ଡା କହିଛନ୍ତି ଯେ ୩ୟ ଲହର ୨ୟ ଲହର ପରି ସେତେଟା ଭୟଙ୍କର ହେବ ନାହିଁ । ଏହା ଟିକାକରଣ ଓ ଲୋକମାନଙ୍କ ଆଚରଣ ଉପରେ ନିର୍ଭର କରିବ ବୋଲି ସେ କହିଛନ୍ତି।

ଅପରପକ୍ଷରେ, ଦେଶରେ ଦେଖାଦେଇଥିବା ଡେଲଟା ପ୍ଲସ ଭାରିଆଣ୍ଟକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ଭାରତୀୟ ଭୁତାଣୁ ବିଶେଷଜ୍ଞ ସାହିଦ ଜମାଲ । ସେ କହିଛନ୍ତି ଯେ ଏହି ଭାରିଆଣ୍ଟ ଉଭୟ ଟିକା ଓ ଲୋକମାନଙ୍କ ଆଣ୍ଟିବଡିକୁ ଚକମା ଦେଖାଇବାରେ ସଫଳ ହେବା ଆଶଙ୍କା ରହିଛି । ତେଣୁ ଏହାକୁ ନେଇ ସତର୍କତା ଅବଲମ୍ବନ ଜରୁରୀ ବୋଲି ସେ କହିଛନ୍ତି ।

Comments are closed.