କୋଭିଡ୍‍-୧୯ ନମୁନା ପରୀକ୍ଷା ପାଇଁ ଆଇସିଏମ୍‍ଆର୍‍ର ସଂଶୋଧିତ ନିର୍ଦ୍ଦେଶାବଳୀ

ନୂଆଦିଲ୍ଲୀ : ଭାରତୀୟ ଡାକ୍ତରୀ ଗବେଷଣା ପରିଷଦ(ଆଇସିଏମ୍‍ଆର୍‍) କୋଭିଡ୍‍-୧୯ ନମୁନା ପରୀକ୍ଷା ପାଇଁ ସଂଶୋଧିତ ନିର୍ଦ୍ଦେଶାବଳୀ ଜାରି କରିଛି। ଆଇସିଏମ୍‍ଆର୍‍ର ସଂଶୋଧିତ ନିୟମାବଳୀ ଅନୁସାରେ କୋଭିଡ୍‍-୧୯ ଲକ୍ଷଣ ଥିବା ସମସ୍ତ ସ୍ୱାସ୍ଥ୍ୟ କର୍ମୀ ଓ ଏ କ୍ଷେତ୍ରରେ କାର୍ଯ୍ୟରତ ବ୍ୟକ୍ତିମାନଙ୍କର ନୁମନା ପରୀକ୍ଷା କରାଯିବ ।  ଯେଉଁ ରୋଗୀମାନଙ୍କର ଶ୍ୱାସପ୍ରଶ୍ୱାସରେ ସଂକ୍ରମଣ ଥିବ ସେମାନଙ୍କର ମଧ୍ୟ ପରୀକ୍ଷା କରାଯିବ । ଏହା ବ୍ୟତୀତ ଜଣେ ସଂକ୍ରମିତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିମାନଙ୍କର ମଧ୍ୟ ପରୀକ୍ଷା କରାଯିବ । ସେମାନେ ସଂକ୍ରମିତ ବ୍ୟକ୍ତିଙ୍କ ସହ ମିଶିବାର ୫ମ ଓ ୧୦ମ ଦିନରେ ସେମାନଙ୍କର ପରୀକ୍ଷା କରାଯିବ ।

ଯେଉଁ ବ୍ୟକ୍ତିମାନଙ୍କ ଶରୀରର ତାପମାତ୍ରା ୩୮ଡିଗ୍ରୀରୁ ଅଧିକ ଥିବ ଓ କାଶ ହେଉଥିବ ସେମାନଙ୍କର ମଧ୍ୟ ପରୀକ୍ଷା କରାଯିବ । ସମସ୍ତ ହଟ୍‍ସ୍ପଟ୍‍ ଓ କଣ୍ଟେନ୍‍ମେଣ୍ଟ ଜୋନ୍‍ଗୁଡ଼ିକରେ ଥିବା ଏହିଭଳି ବ୍ୟକ୍ତିମାନଙ୍କର ପରୀକ୍ଷା କରାଯିବ । ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ରୋଗୀମାନଙ୍କର ଶରୀରରେ ଯଦି କୋଭିଡ୍‍-୧୯ ଭଳି ଲକ୍ଷଣ ଦେଖାଦିଏ ତେବେ ସେମାନଙ୍କର ମଧ୍ୟ ପରୀକ୍ଷା କରାଯିବ । ବିଦେଶରୁ ଫେରିଥିବା ଓ ସ୍ଥାନାନ୍ତରିତ ହୋଇ ଆସିଥିବା
ପ୍ରତ୍ୟେକ ବ୍ୟକ୍ତିଙ୍କଠାରେ ଯଦି ସଂକ୍ରମଣର ଲକ୍ଷଣ ଥାଏ ତେବେ ୭ ଦିନ ମଧ୍ୟରେ ପରୀକ୍ଷା କରିବା ଅନିବାର୍ଯ୍ୟ ।

Comments are closed.