ଆଇସିଆଇସିଆଇ ବ୍ୟାଙ୍କ ପକ୍ଷରୁ ଭୁବନେଶ୍ୱରରେ ଏକ ଷ୍ଟେଟ୍‌-ଅଫ୍‌-ଦି-ଆର୍ଟ ଫୋନ୍‌ ବ୍ୟାଙ୍କିଙ୍ଗ୍‌ କେନ୍ଦ୍ର ଉଦଘାଟିତ

ଭୁବନେଶ୍ୱର: ଆଇସିଆଇସିଆଇ ବ୍ୟାଙ୍କ୍‌ ପକ୍ଷରୁ ଭୁବନେଶ୍ୱରରେ ଏକ ଷ୍ଟେଟ୍‌-ଅଫ୍‌-ଦି-ଆର୍ଟ ଫୋନ୍‌ ବ୍ୟାଙ୍କିଙ୍ଗ୍‌ କେନ୍ଦ୍ରର ଶୁଭାରମ୍ଭ କରାଯାଇଥିବା ବିଷୟରେ ଘୋଷଣା କରାଯାଇଛି । ଏହି କେନ୍ଦ୍ରରେ ୧,୨୦୦ ବ୍ୟକ୍ତିଙ୍କୁ ନିଯୁକ୍ତି ଦିଆଯାଇଛି ଯେଉଁମାନଙ୍କ ମଧ୍ୟରୁ ଅଧିକାଂଶ ହେଉଛନ୍ତି ରାଜ୍ୟର ଲୋକ ଏବଂ ସେମାନଙ୍କ ମଧ୍ୟରୁ ୬୦ଧ ହେଉଛନ୍ତି ମହିଳା । ଆର୍ଟିଫିସିଆଲ୍‌ ଇଟେଂଲିଜେନ୍ସ (ଏଆଇ) ଓ ରୋବୋଟିକ୍ସର ଶକ୍ତି ଥିବା ଏହି କେନ୍ଦ୍ର ସାରା ଦେଶରେ ବ୍ୟାଙ୍କ୍‌ର ରିଟେଲ୍‌, ବ୍ୟବସାୟ ଓ କର୍ପୋରେଟ୍‌ ଗ୍ରାହକଙ୍କୁ ସେବା ପ୍ରଦାନ କରିବା ଲାଗି ସବୁ ପ୍ରକାର ସୁବିଧାସୁଯୋଗ ସହ ପ୍ରସ୍ତୁତ ରହିଛି । ଏହା ଭିଡିଓ କେୱାଇସି ଜରିଆରେ ଖାତା ଖୋଲିବା ଲାଗି ମଧ୍ୟ ସୁବିଧା ପ୍ରଦାନ କରିବ ।
ଆଇସିଆଇସିଆଇ ବ୍ୟାଙ୍କ୍‌ର କାର୍ଯ୍ୟନିର୍ବାହୀ ନିର୍ଦେଶକ ଶ୍ରୀଯୁକ୍ତ ସନ୍ଦୀପ ବାତ୍ରାଙ୍କ ଉପସ୍ଥିତିରେ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଏହି କେନ୍ଦ୍ରକୁ ଉଦ୍‌ଘାଟନ କରିଛନ୍ତି ।
ବ୍ୟାଙ୍କ୍‌ର ନୂଆ କେନ୍ଦ୍ରର ଶୁଭାରମ୍ଭ ଅବସରରେ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ କହିଛନ୍ତି ଯେ, “ଶାଖା ଓ ଏଟିଏମ୍‌ର ବ୍ୟାପକ ନେଟ୍‌ୱର୍କ୍‌, ଇଟଂରନେଟ୍‌ ବ୍ୟାଙ୍କିଙ୍ଗ୍‌ ଓ ମୋବାଇଲ୍‌ ଆପ୍‌ ଜରିଆରେ ଓଡ଼ିଶାର ଲୋକମାନଙ୍କୁ ଆଇସିଆଇସିଆଇ ବ୍ୟାଙ୍କ୍‌ ସେବା ପ୍ରଦାନ କରୁଛି । ଏହା ରାଜ୍ୟର ଏକ ବଡ଼ ନିଯୁକ୍ତିଦାତା ମଧ୍ୟ । ବ୍ୟାଙ୍କ୍‌ ସେବା ପ୍ରଦାନ କରିବା ବ୍ୟତୀତ ଆଇସିଆଇସିଆଇ ବ୍ୟାଙ୍କ୍‌ ଏହାର ସିଏସ୍‌ଆର୍‌ ଅଭିଯାନ ଜରିଆରେ ସାମାଜିକ ନିରନ୍ତରତା ଓ ଅନ୍ତର୍ଭୁକ୍ତୀକରଣ ସମ୍ପର୍କିତ କାର୍ଯ୍ୟକଳାପରେ ମଧ୍ୟ ନିୟୋଜିତ ରହିଛି । ଭୁବନେଶ୍ୱରରେ ବ୍ୟାଙ୍କ୍‌ର ଆଧୁନିକ ଫୋନ୍‌ ବ୍ୟାଙ୍କିଙ୍ଗ୍‌ କେନ୍ଦ୍ରକୁ ଉଦଘାଟନ କରି ମୁଁ ଅତ୍ୟନ୍ତ ଆନନ୍ଦିତ ଯେଉଁଥିରେ ଆର୍ଟିଫିସିଆଲ୍‌ ଇଟେଂଲିଜେନ୍ସ ଓ ରୋବୋଟିକ ଭଳି ସଦ୍ୟତମ ପ୍ରଯୁକ୍ତି ଜ୍ଞାନକୌଶଳକୁ ବ୍ୟବହାର କରାଯାଇଛି ।’’
ଏହି ଅବସରରେ ଆଇସିଆଇସିଆଇ ବ୍ୟାଙ୍କ୍‌ର କାର୍ଯ୍ୟନିର୍ବାହୀ ନିର୍ଦେଶକ ଶ୍ରୀଯୁକ୍ତ ସନ୍ଦୀପ ବାତ୍ରା କହିଛନ୍ତି ଯେ, “ଓଡ଼ିଶାର ରୂପାନ୍ତରଣରେ ଡିଜିଟାଲକରଣ ପ୍ରମୁଖ ଭୂମିକା ନିର୍ବାହ କରୁଛି । ଏହା ହେଉଛି ପ୍ରଥମ ଭାରତୀୟ ରାଜ୍ୟ ଯାହା ଶିକ୍ଷା, ଟେଲିକମ୍‌, ଜମି ରେକର୍ଡ ଓ ବିପର୍ଯ୍ୟୟ ପରିଚାଳନା ଆଦି କ୍ଷେତ୍ରରେ ଅନେକ ପ୍ରକାରର ଡିଜିଟାଲ୍‌ ସେବା ପ୍ରଦାନ କରୁଛି । ଏହି ରାଜ୍ୟ ଶହ ଶହ ସେବାକୁ ଅନଲାଇନ୍‌ରେ ଉପଲବ୍ଧ କରାଇ ଏହାର ନାଗରିକମାନଙ୍କୁ ଅତୁଳନୀୟ ସୁବିଧା ପ୍ରଦାନ କରି ସେମାନଙ୍କ ପ୍ରଗତି ଓ ଅଭିବୃଦ୍ଧିରେ ସହାୟକ ହୋଇଛି । ପ୍ରଯୁକ୍ତି ଜ୍ଞାନକୌଶଳକୁ ବ୍ୟବହାର କରି ଆମ ଗ୍ରାହକମାନଙ୍କୁ ଉନ୍ନତ ସୁବିଧା ସୁଯୋଗ ପ୍ରଦାନ କରିବା ଭଳି ସମାନ ଦର୍ଶନ ଆଇସିଆଇସିଆଇ ବ୍ୟାଙ୍କ୍‌ରେ ରହିଛି । ସେଥିପାଇଁ ବ୍ୟାଙ୍କ୍‌ ରାଜ୍ୟରେ ଏକ ବିଶ୍ୱାସଯୋଗ୍ୟ ବ୍ରାଣ୍ଡ୍‌ରେ ପରିଣତ ହୋଇଛି ଯାହା ଫଳରେ ଆମର ମୋଟ ସଂପତି ଓ ଜମାରେ ଦୃଢ଼ ଅଭିବୃଦ୍ଧି ହୋଇପାରିଛି । ଆମ ଉପରେ ବିଶ୍ୱାସ ପ୍ରକଟ କରିଥିବାରୁ ମୁଁ ଓଡ଼ିଶାବାସୀଙ୍କୁ ଧନ୍ୟବାଦ ଜଣାଉଛି ।’’
ପ୍ରଯୁକ୍ତି ଜ୍ଞାନକୌଶଳକୁ ବ୍ୟବହାର କରିବାର ଦର୍ଶନ ଅନୁସାରେ, ଭୁବନେଶ୍ୱରରେ ଖୋଲାଯାଇଥିବା ଆମର ନୂଆ ଫୋନ୍‌ ବ୍ୟାଙ୍କିଙ୍ଗ୍‌ କେନ୍ଦ୍ରରେ ଆର୍ଟିଫିସିଆଲ୍‌ ଇଟେଂଲିଜେନ୍ସ ଓ ରୋବୋଟିକ୍ସର ଶକ୍ତି ରହିଛି । କେବଳ ଏହି ରାଜ୍ୟ ନୁହେଁ ବରଂ ସାରା ଦେଶରେ ଥିବା ଆମ ଗ୍ରାହକମାନଙ୍କୁ ସେବା ପ୍ରଦାନ କରିବା ଲାଗି ଏହି କେନ୍ଦ୍ର ସବୁ ସୁବିଧା ସୁଯୋଗ ସହ ପ୍ରସ୍ତୁତ ରହିଛି । ଏହି କେନ୍ଦ୍ରରେ ୧,୨୦୦ ବ୍ୟକ୍ତିଙ୍କୁ ପ୍ରତ୍ୟକ୍ଷ ନିଯୁକ୍ତି ପ୍ରଦନ କରାଯାଇଛି ଓ ସେମାନଙ୍କ ମଧ୍ୟରୁ ଅଧିକାଂଶ ହେଉଛନ୍ତି ଓଡ଼ିଶା ରାଜ୍ୟର । ମୁଁ ଖୁସିର ସହ କହୁଛି ଯେ ସେମାନଙ୍କ ମଧ୍ୟରୁ ୬୦ଧ ହେଉଛନ୍ତି ମହିଳା । ସାରା ଦେଶରେ ବ୍ୟାଙ୍କ୍‌ର ଗ୍ରାହକମାନଙ୍କୁ ସେବା ପ୍ରଦାନ କରିବା ଓ ସେମାନଙ୍କ ସ୍ୱତନ୍ତ୍ର ବ୍ୟାଙ୍କିଙ୍ଗ୍‌ ଆବଶ୍ୟକତାକୁ ପୂରଣ କରିବା ଲାଗି ଏହି ବ୍ୟକ୍ତିମାନଙ୍କୁ ପ୍ରଶିକ୍ଷଣ ଦିଆଯାଇଛି ଓ ସେମାନଙ୍କ ଦକ୍ଷତାରେ ଉନ୍ନତି ଅଣାଯାଇଛି ।’’
ଆଇସିଆଇସିଆଇ ବ୍ୟାଙ୍କ୍‌ ଓଡ଼ିଶାରେ ଏହାର ୧୬୮ ଶାଖା ଓ ୨୭୧ ଏଟିଏମ୍‌ର ନେଟ୍‌ୱର୍କ, କଲ୍‌ ସେଂଟର, ଇଟଂରନେଟ୍‌ ବ୍ୟାଙ୍କିଙ୍ଗ୍‌ ଓ ମୋବାଇଲ୍‌ ଆପ୍ଲିକେସନ୍‌ ଜରିଆରେ ଗ୍ରାହକମାନଙ୍କୁ ସେବା ପ୍ରଦାନ କରୁଛି । ବ୍ୟାଙ୍କ୍‌ ପକ୍ଷରୁ ସଂଚୟ ଓ ଚଳନ୍ତୀ ଖାତା ଭଳି ବ୍ୟାପକ ବର୍ଗର ଖାତା, ମିଆଦୀ ଜମା ଓ ରିକରିଂ ଡିପୋଜିଟ୍‌ ଭଳି ଜମା ଏବଂ ଗୃହ ଋଣ, ବ୍ୟକ୍ତିଗତ ଋଣ, ଗାଡ଼ି ଋଣ, ସୁନା ଋଣ, ବ୍ୟବସାୟ ଋଣ ଭଳି ଋଣ ଏବଂ ଓଭର୍‌ଡ୍ରାଫ୍ଟ ଓ କ୍ରେଡିଟ୍‌ କାର୍ଡ ଆଦି ପ୍ରଦାନ କରୁଛି । ବିଗତ ବର୍ଷଗୁଡ଼ିରେ ବ୍ୟାଙ୍କ୍‌ ରାଜ୍ୟରେ ଦୃତ ଅଭିବୃଦ୍ଧି ହାସଲ କରିଛି ଏବଂ ବର୍ଷକୁ ବର୍ଷ ଭାବେ ୨୦୨୧-୨୨ ଆର୍ଥିକ ବର୍ଷରେ ରିଟେଲ୍‌ ଋଣ ଆବଂଟନ ୨୫ଧ ବୃଦ୍ଧି ପାଇ ୫,୨୦୦ କୋଟି ଟଙ୍କା ହୋଇଛି ।
ରାଜ୍ୟର ଗ୍ରାମୀଣ ଲୋକଙ୍କୁ ସଶକ୍ତ କରିବା ଲାଗି ଅଇସିଆଇସିଆଇ ବ୍ୟାଙ୍କ୍‌ ପକ୍ଷରୁ ଏହାର ସ୍ୱୟଂ ସହାୟକ ଗୋଷ୍ଠୀ (ଏସ୍‌ଏଚ୍‌ଜି) କାର୍ଯ୍ୟକ୍ରମ ଜରିଆରେ ଓଡ଼ିଶାର ଗ୍ରାମୀଣ ମହିଳାମାନଙ୍କ ମଧ୍ୟରେ ଉଦ୍ୟମିତାର ଭାବକୁ ସମର୍ଥନ କରାଯାଉଛି । ବ୍ୟାଙ୍କ୍‌ ପକ୍ଷରୁ ୪୫୦୦ରୁ ଅଧିକ ଏସ୍‌ଏଚ୍‌ଜିଙ୍କୁ ଋଣ ପ୍ରଦାନ କରାଯାଇଛି ଯଦ୍ୱାରା ୫୦,୦୦୦ରୁ ଅଧିକ ମହିଳା ଉପକୃତ ହୋଇଛନ୍ତି । ବ୍ୟବସାୟ ବାହାରେ ଆଇସିଆଇସିଆଇ ଗ୍ରୁପ୍‌ର ସିଏସ୍‌ଆର୍‌ ଶାଖା ଆଇସିଆଇସିଆଇ ଫାଉଣ୍ଡେସନ୍‌ ଫର ଇନକ୍ଲୁସିଭ୍‌ ଗ୍ରୋଥ୍‌ ପକ୍ଷରୁ ଗ୍ରାମୀଣ ଗୋଷ୍ଠୀଙ୍କୁ ସହାୟତା ଲାଗି ଗ୍ରହଣ କରାଯାଉଥିବା ଅଭିଯାନଗୁଡ଼ିକରେ ବ୍ୟାଙ୍କ୍‌ ପ୍ରତ୍ୟକ୍ଷ ଭାବେ ଯୋଡ଼ି ହେଉଛି । ଆଇସିଆଇସିଆଇ ଫାଉଣ୍ଡେସନ୍‌ ଗ୍ରାମାଂଚଳରେ ବଂଚିତ ବର୍ଗର ୬୦୦୦ରୁ ଅଧିକ ଲୋକଙ୍କୁ ନିରନ୍ତର ଜୀବନଜୀବିକା ପ୍ରଦାନ କରାଯାଇଛି । ଓଡ଼ିଶାର ୩୦୦୦ରୁ ଅଧିକ ବଂଚିତ ବର୍ଗର ଯୁବକଯୁବତୀଙ୍କୁ ଏହା ମାଗଣାରେ ଧନ୍ଦାମୂଳକ ଶିକ୍ଷା ପ୍ରଦାନ କରୁଛି ଏବଂ ନିଯୁକ୍ତି ପାଇବା କିମ୍ବା ନିଜର ସଂସ୍ଥା ସ୍ଥାପନ କରିବାରେ ସହଯୋଗ ପ୍ରଦାନ କରୁଛି ।

Comments are closed.