ଆଇସକ୍ରିମ ପାନ

ଆବଶ୍ୟକ ସାମଗ୍ରୀ
ପାନ ପତ୍ର – ୩ଟି
ଗୁଲକନ୍ଦ – ୨ଚାମଚ
ପାନମଧୁରୀ – ୧ଚାମଚ
ଗୁଜୁରାତି ଗୁଣ୍ଡ – ଅଳ୍ପ
କଟା କଦଳୀ – ୩ଟି
ଫୁଟା କ୍ଷୀର – ୩୦୦ ମି.ଲି
ଚିନି – ୨ଚାମଚ
ଚେରି – ୨ଟି
ପ୍ରସ୍ତୁତି ପ୍ରଣାଳୀ – କଟା ପାନ ପତ୍ର, ପାନମଧୁରୀ, ଗୁଜୁରାତି ଗୁଣ୍ଡ, ଗୁଲକନ୍ଦ, କଦଳୀ ପକାଇ ଭଲ ଭାବେ ପେଷି ଦିଅନ୍ତୁ। ପୁଣି ଏଥିରେ କ୍ଷୀର , ଚିନି ପକାଇ ଆଉ ଥରେ ଭଲ ଭାବେ ପେଷି ମିଶ୍ରଣ ପ୍ରସ୍ତୁତ କରି ରଖନ୍ତୁ। ଏବେ ଏହି ମିଶ୍ରଣକୁ ଏକ ପାତ୍ରକୁ କାଢି ଦିଅନ୍ତୁ। ଏବେ ପାତ୍ର ସହ ଏହାକୁ ଫ୍ରିଜରରେ ୪ ରୁ ୫ ଘଣ୍ଟା ରଖନ୍ତୁ। ୫ ଘଣ୍ଟା ପରେ ଏହାକୁ ଚାମଚରେ କାଚ ପାତ୍ରକୁ କାଢି ଚେରି ଦେଇ ସଜାଇ ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ପାନ ଆଇସକ୍ରିମ। ଏହାକୁ ଥଣ୍ଡା ଥଣ୍ଡା ଖାଆନ୍ତୁ ଓ ମଜା ନିଅନ୍ତୁ।

Comments are closed.