ଟେଷ୍ଟି ଆଇସକ୍ରିମ

ଆବଶ୍ୟକ ସାମଗ୍ରୀ
ଭଲ ଭାବେ ସିଝା ହୋଇଥିବା କ୍ଷୀର – ୧ଲିଟର
ପାଚିଲା କଦଳୀ – ୫ଟି
ଚିନି – ୪ ଚାମଚ
ଭ୍ୟାନିଲାସେନସ – ଅଳ୍ପ
ଷ୍ଟ୍ରବେରୀ ସିରପ – ଅଳ୍ପ
ଆଇସକ୍ରିମ ଷ୍ଟାଣ୍ଡ
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ କଦଳୀକୁ ଛୋଟ ଛୋଟ ଖଣ୍ଡ କରି କାଟି ଦିଅନ୍ତୁ। ଏବେ କଦଳୀ, କ୍ଷୀର, ଭ୍ୟାନିଲାସେନ, ଚିନି, ଷ୍ଟ୍ରବେରୀ ସିରପ ପକାଇ ଭଲ ଭାବେ ପେଷି ଏହି ମିଶ୍ରଣ ପ୍ରସ୍ତୁତ କରି ରଖି ଦିଅନ୍ତୁ। ଏବେ ଆଇସକ୍ରିମ ଷ୍ଟାଣ୍ଡରେ ଏହି ମିଶ୍ରଣକୁ ଭର୍ତ୍ତି କରି ଫ୍ରିଜରରେ ୪ ରୁ ୫ ଘଣ୍ଟା ରଖନ୍ତୁ। ନିର୍ଦ୍ଧାରିତ ସମୟପରେ ଫ୍ରିଜରୁ କାଢି ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ଟେଷ୍ଟି ଆଇସକ୍ରିମ। ଏହାକୁ ଖାଆନ୍ତୁ ଓ ମଜା ନିଅନ୍ତୁ।

courtesy : dhgate.com

ନିଜ ପସନ୍ଦ ଅନୁଯାୟୀ ଆପଣ ଏଥିରେ କାଜୁ ମଧ୍ୟ ମିଶାଇ ପାରିବେ।

Comments are closed.