ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଆଇସିଡିଏସ ସୁପରଭାଇଜର

ନୀଳଗିରି: ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ବାଲେଶ୍ଵର ଜିଲ୍ଲା ଅଧୀନ ନୀଳଗିରି ସମନ୍ବିତ ଶିଶୁ ବିକାଶ ଯୋଜନା କାର୍ଯ୍ୟାଳୟରେ କାର୍ଯ୍ୟରତ ସୁପରଭାଇଜର। ସୁପରଭାଇଜର ସୁବର୍ଣ୍ଣ ସିଂହଙ୍କୁ ଗୁରୁବାର ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଗିରଫ କରିଛି।

ନୂତନ ଭାବେ ଚୟନ ହୋଇଥିବା ନରଣପୁର ଅଙ୍ଗନବାଡି କର୍ମୀ ସୀତାମଣି ଦେହୁରୀଙ୍କୁ ସୁବର୍ଣ୍ଣ ସିଂହ ଲାଞ୍ଚ ମାଗିଥିଲେ। ଏନେଇ ତାଙ୍କ ଦେଢଶୁର ଅନାମ ମଲିକ ୧୦ହଜାର ଟଙ୍କା ନେଇ ନୀଳଗିରି ଆଇସିଡିଏସ ଅଫିସକୁ ଆସି ଦେବା ସମୟରେ ପୂର୍ବ ଯୋଜନା ମୁତାବକ ବାଲେଶ୍ଵର ଭିଜିଲାନ୍ସ ଟିମ ତାଙ୍କୁ ଧରି ନେଇଛି। ସୁପରଭାଇଜରଙ୍କୁ ଗିରଫ କରାଯିବା ସହିତ ଲାଞ୍ଚ ଟଙ୍କା ଜବତ କରାଯାଇଛି। ତେବେ କେବଳ ନରଣପୁର ନୁହଁ ବରଂ ଏକାଧିକ ନୂତନ ଅଙ୍ଗନବାଡି କେନ୍ଦ୍ରରେ ଏଭଳି ଲାଞ୍ଚ କାରବାର ହେଉଥିବା ଅଭିଯୋଗ ହୋଇଛି। ଏଥିପ୍ରତି ଭିଜିଲାନ୍ସ ବିଭାଗ ପକ୍ଷରୁ ଦୃଷ୍ଟି ଦେବାକୁ ଦାବି ହୋଇଛି।

Comments are closed.