ବିଶ୍ୱକପ୍‍ କ୍ରିକେଟ : ପ୍ରଥମ ବିଜୟ ଲକ୍ଷ୍ୟରେ ଦକ୍ଷିଣ ଆଫ୍ରିକା

ଲଣ୍ଡନ : ବିଶ୍ୱକପ୍‍ କ୍ରିକେଟରେ ରବିବାର ଲଣ୍ଡନ୍‍ର ଓଭାଲଠାରେ ଦକ୍ଷିଣ ଆଫ୍ରିକା ଏବଂ ବାଂଲାଦେଶ ମଧ୍ୟରେ ମୁକାବିଲା ଆରମ୍ଭ ହୋଇଛି । ଟସ୍ ଜିତି ଦକ୍ଷିଣ ଆଫ୍ରିକା ବୋଲିଂ କରୁଛି । ପ୍ରଥମେ ବ୍ୟାଟିଂ କରି ବାଂଲାଦେଶ ୩୩ ଓଭରରେ ୨ ୱିକେଟ ହରାଇ ୨୦୭ ରନ୍ ସଂଗ୍ରହ କରିଛି । ତେଣୁ ଆଜିର ମ୍ୟାଚ ହାଇ ସ୍କୋରିଂ ମ୍ୟାଚ ହେବ ବୋଲି ଆଶା କରାଯାଉଛି।

ଅନ୍ୟପକ୍ଷରେ ଉଦ୍‍ଘାଟନୀ ମ୍ୟାଚରେ ଆୟୋଜକ ଇଂଲଣ୍ଡ ଠାରୁ ଦକ୍ଷିଣ ଆଫ୍ରିକା ୧୦୪ ରନରେ ପରାସ୍ତ ହୋଇଥିଲା । ତେଣୁ  ଆଜିର ମ୍ୟାଚ ଜିତି ଦକ୍ଷିଣ ଆଫ୍ରିକା ପ୍ରଥମ ବିଜୟ ହାସଲର ଲକ୍ଷ୍ୟ ରଖିଛି ।

ତେବେ ଆସନ୍ତା ବୁଧବାର ଦିନ ସାଉଥ୍‍ ହାମ୍ପ୍‍ଟନ୍‍ ଠାରେ ଭାରତ ଦକ୍ଷିଣ ଆଫ୍ରିକା ବିପକ୍ଷରେ ତା’ର ବିଶ୍ୱକପ୍‍ ଅଭିଯାନ ଆରମ୍ଭ କରିବ।

Comments are closed.