୧୯ବର୍ଷରୁ କମ ବିଶ୍ୱକପ ସେମିଫାଇନାଲ : ଆସନ୍ତାକାଲି ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ

ନୂଆଦିଲ୍ଲୀ : ଦକ୍ଷିଣ ଆଫ୍ରିକାରେ ଖେଳାଯାଉଥିବା ୧୯ବର୍ଷରୁ କମ ବିଶ୍ୱକପ ସେମିଫାଇନାଲରେ ଆସନ୍ତାକାଲି(ମଙ୍ଗଳବାର) ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବ। ଡିଫେଣ୍ଡିଂ ଚାମ୍ପିୟନ୍ ଭାରତ ପ୍ରଥମେ କ୍ବାର୍ଟର ଫାଇନାଲରେ ଅଷ୍ଟ୍ରେଲିଆକୁ ପରାସ୍ତ କରି ବିଶ୍ବକପ ସେମିଫାଇନାଲରେ ପ୍ରବେଶ କରିଥିଲା। ସେହିପରି ଗତ ଶୁକ୍ରବାର ପାକିସ୍ତାନ ଓ ଆଫଗାନିସ୍ତାନ ମଧ୍ୟରେ ଖେଳାଯାଇଥିବା କ୍ବାର୍ଟର ପାଇନାଲ ମ୍ୟାଚରେ ଆଫଗାନିସ୍ତାନକୁ ୬ୱିକେଟରେ ହରାଇ ପାକ କ୍ରିକେଟ ଟିମ୍ ସେମିଫାଇନାଲରେ ପ୍ରବେଶ କରିଥିଲା।
ଫେବୃଆରୀ ୪ ମଙ୍ଗଳବାର ଭାରତ ଓ ପାକିସ୍ତାନ ମଧ୍ୟରେ ପ୍ରଥମ ୧୯ବର୍ଷରୁ କମ (ଅଣ୍ଡର-୧୯) ବିଶ୍ବକପର ସେମିଫାଇନାଲ ମ୍ୟାଚ ଖେଳାଯିବାକୁ ଥିବା ବେଳେ ଫେବୃଆରୀ ୦୬ତାରିଖ ଗୁରୁବାରରେ ନ୍ୟୁଜିଲାଣ୍ଡ ଓ ବାଂଲାଦେଶ ମଧ୍ୟରେ ଦ୍ବିତୀୟ ସେମିଫାଇନାଲ ମ୍ୟାଚ ଖେଳାଯିବ। ସେହିପରି ୧୯ବର୍ଷରୁ କମ (ଅଣ୍ଡର-୧୯) ବିଶ୍ବକପର ଫାଇନାଲ ମ୍ୟାଚ ଫେବୃଆରୀ ୦୯ରେ ଖେଳାଯିବ।
ଏପର୍ୟ୍ୟନ୍ତ ୧୯ବର୍ଷରୁ କମ (ଅଣ୍ଡର-୧୯) ବିଶ୍ବକପରେ ଭାରତୀୟ ଦଳ ସର୍ବାଧିକ ୪ଥର ବିଜେତା ରହିଛି।

Comments are closed.