ଆଇସିସି ଟେଷ୍ଟ ମାନ୍ୟତା : ଶୀର୍ଷରେ ଭାରତ ; ୫ମ ସ୍ଥାନରେ ଅଷ୍ଟ୍ରେଲିଆ

0

ଦୁବାଇ : ଶୁକ୍ରବାର ଆଇସିସି ପକ୍ଷରୁ ଟେଷ୍ଟ ଦଳର ମାନ୍ୟତା ତାଲିକା ପ୍ରକାଶ ପାଇଛି। ଭାରତ ଏହି ତାଲିକାରେ ଶୀର୍ଷ ମାନ୍ୟତା ବଜାୟ ରଖିଥିବାବେଳେ ଅଷ୍ଟ୍ରେଲିଆ ଦୁଇଟି ପାହ୍ୟା ତଳକୁ ଖସି ୫ମ ସ୍ଥାନରେ ଉପନୀତ ହୋଇଛି। ଭାରତ ୧୧୬ ପଏଣ୍ଟ ସହ ତାଲିକାର ପ୍ରଥମ ସ୍ଥାନରେ ରହିଛି। ତେବେ ପାକିସ୍ତାନ ନିକଟରୁ ଟେଷ୍ଟ ସିରିଜ ହାରିବାପରେ ଅଷ୍ଟ୍ରେଲିଆ ଦୁଇଟି ପାହ୍ୟା ତଳକୁ ଖସି ୧୦୨ ପଏଣ୍ଟ ସହ ୫ମ ସ୍ଥାନକୁ ଖସିଆସିଛି। ଭାରତ ପଛକୁ ଦକ୍ଷିଣ ଆଫ୍ରିକା ୨ୟ ସ୍ଥାନରେ (୧୦୬ ପଏଣ୍ଟ) ଥିବାବେଳେ ଇଂଲଣ୍ଡ ୩ୟ (୧୦୫ ପଏଣ୍ଟ), ନ୍ୟୁଜିଲାଣ୍ଡ ୪ର୍ଥ (୧୦୨ ପଏଣ୍ଟ), ଶ୍ରୀଲଙ୍କା ୬ଷ୍ଠ (୯୭ ପଏଣ୍ଟ), ପାକିସ୍ତାନ ୭ମ (୯୫ ପଏଣ୍ଟ), ୱେଷ୍ଟଇଣ୍ଡିଜ ୮ମ (୭୬ ପଏଣ୍ଟ), ବାଂଲାଦେଶ ୯ମ (୬୭ ପଏଣ୍ଟ) ଓ ଜିମ୍ବାୱେ ୧୦ମ (୨ ପଏଣ୍ଟ) ସ୍ଥାନରେ ରହିଛନ୍ତି।

Comments
Loading...