ଆଇସିସି ଟେଷ୍ଟ ର‍୍ୟାଙ୍କିଙ୍ଗ : ଶ୍ରେଷ୍ଠ ସ୍ଥାନ ବଜାୟ ରଖିଲା ଭାରତ

ଦୁବାଇ : ଆଇସିସି ଟେଷ୍ଟ ର‍୍ୟାଙ୍କିଙ୍ଗରେ ଭାରତ ଶ୍ରେଷ୍ଠ ସ୍ଥାନ ବଜାୟ ରଖିଛି । ଦିନିକିଆ ର‍୍ୟାଙ୍କିଙ୍ଗରେ ଇଂଲଣ୍ଡ ପ୍ରଥମ ସ୍ଥାନରେ ଅଛି । ଭାରତ ଦିନିକିଆ ର‍୍ୟାଙ୍କିଙ୍ଗରେ ଦୁଇ ପଏଣ୍ଟ ଉପରକୁ ଉଠି ଇଂଲଣ୍ଡ ଦଳକୁ ଦ୍ୱିତୀୟ ସ୍ଥାନରେ ରହିଛି ।

ତେବେ ଟେଷ୍ଟ ର‍୍ୟାଙ୍କିଙ୍ଗରେ ନ୍ୟୁଜିଲାଣ୍ଡ ଭାରତ ପଛକୁ ରହି ୨ୟ ସ୍ଥାନରେ ଥିବା ବେଳେ ଇଂଲଣ୍ଡ, ଅଷ୍ଟ୍ରେଲିଆକୁ ପଛରେ ପକାଇ ତୃତୀୟ ସ୍ଥାନକୁ ଉଠିଛି । ଅଷ୍ଟ୍ରେଲିଆ ଚତୁର୍ଥ ସ୍ଥାନରେ ରହିଛି । ଟେଷ୍ଟ ର‍୍ୟାଙ୍କିଙ୍ଗରେ ପ୍ରଥମ ସ୍ଥାନରେ ଥିବା ଭାରତ ୧୧୬ ପଏଣ୍ଟ ପାଇଛି। ନ୍ୟୁଜିଲାଣ୍ଡ ୧୦୮ ପଏଣ୍ଟ ପାଇ ୨ୟ ସ୍ଥାନରେ ରହିଛି । ଇଂଲଣ୍ଡ ୧୦୫ ପଏଣ୍ଟ ଓ ଅଷ୍ଟ୍ରେଲିଆ ୯୮ ପଏଣ୍ଟ ପାଇଛି। ପାକିସ୍ଥାନ ସପ୍ତମ ଏବଂ ୱେଷ୍ଟଇଣ୍ଡିଜ ଅଷ୍ଟମ ସ୍ଥାନରେ ରହିଛି।

Comments are closed.