ଟେଷ୍ଟରେ ସର୍ବକନିଷ୍ଠ ବୋଲର ଭାବେ ହ୍ୟାଟ୍ରିକ ଅର୍ଜନ କଲେ ନସିମ୍‌

ଇସଲାମାବାଦ୍‌: ଟେଷ୍ଟ କ୍ରିକେଟ୍‌ରେ ସର୍ବକନିଷ୍ଠ ବୋଲର ଭାବେ ହ୍ୟାଟ୍ରିକ୍‌ ଅର୍ଜନ କରିଛନ୍ତି ପାକିସ୍ତାନର ଦ୍ରୁତ ବୋଲର ନସିମ୍‌ ଶାହା। ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚ୍‌ରେ ବାଂଲାଦେଶ ଦଳର ୩ଜଣ ବ୍ୟାଟସମ୍ୟାନ୍‌ଙ୍କୁ କ୍ରମାଗତ ୩ଟି ବଲ୍‌ରେ ଆଉଟ୍ କରି ଏହି ସଫଳତା ହାସଲ କରିଛନ୍ତି।
ଆସନ୍ତା ସପ୍ତାହରେ ୧୭ ବର୍ଷରେ ପାଦ ଦେବାକୁ ଯାଉଥିବା ନସିମ୍‌ ବାଂଲାଦେଶର ଦ୍ବିତୀୟ ଇନିଂସରେ କ୍ରମାଗତ ବଲ୍‌ରେ ନାଜମୁଲ୍‌ ହୁସେନ୍‌, ତାଇଜୁଲ୍ ଇସଲାମ୍‌ ଓ ମହମ୍ମଦୁଲ୍ଲାଙ୍କୁ ଆଉଟ୍‌ କରିିଥିଲେ। ପୂର୍ବରୁ ଏହି ରେକର୍ଡ ବାଂଲାଦେଶର ଲେଗ୍‌ସ୍ପିନର ଆଲୋକ କାପାଳିଙ୍କ ନାମ​‌େ​‌ର ରହିଥିଲା। ସେ ୧୯ ବର୍ଷ ବୟସରେ ୨୦୦୩ରେ ପାକିସ୍ତାନ ବିପକ୍ଷ ଟେଷ୍ଟ ମ୍ୟାଚ୍‌ରେ ହ୍ୟାଟ୍ରିକ୍‌ ଅର୍ଜନ କରିଥିଲେ।

Comments are closed.