‘ଗ୍ଲୋଭସ’ରେ ରହିବନି ବ୍ୟକ୍ତିଗତ ଚିହ୍ନ: ବିସିସିଆଇକୁ ସ୍ପଷ୍ଟ କଲା ଆଇସିସି

ସମାଜ ପୋର୍ଟାଲ ଡେସ୍କ: ଗତ ଦୁଇ ଦିନ ହେବ ଧୋନିଙ୍କ ଉଇକେଟ କିପିଙ୍ଗ ଗ୍ଲୋଭସରେ ବଳିଦାନ ଚିହ୍ନ ଥିବା ନେଇ ଖେଳ ପ୍ରେମୀଙ୍କ ଠାରୁ ଆରମ୍ଭ କରି ସବୁ ବର୍ଗର ଜନସାଧାରଣ ସାମାଜିକ ଗଣମାଧ୍ୟମରେ ଚର୍ଚ୍ଚା କରୁଥିବା ବେଳେ, ଆଜି (ଶୁକ୍ରବାର) ଆନ୍ତର୍ଜାତିକ କ୍ରିକେଟ କଣ୍ଟ୍ରୋଲ ବୋର୍ଡ-ଆଇସିସି ତାର ନିଷ୍ପତ୍ତି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ-ବିସିସିଆଇକୁ ଜଣାଇଛି। ବିସିସିଆଇ ଏ ସମ୍ପର୍କରେ ଆଇସିସିକୁ ଅନୁରୋଧ କରି କହିଥିଲା ଯେ ଧୋନିଙ୍କୁ ତାଙ୍କ ଉଇକେଟ କିପିଙ୍ଗ ଗ୍ଲୋଭସରେ ଚିହ୍ନ ବ୍ୟବହାର କରିବାକୁ ଅନୁମତି ଦିଆଯାଉ କିନ୍ତୁ ଆଇସିସି ସ୍ପଷ୍ଟ କରିଛି ଯେ ପୂର୍ବ ମ୍ୟାଚରେ ଧୋନିଙ୍କୁ ବଳିଦାନ ଲୋଗୋ ଚିହ୍ନିତ ଗ୍ଲୋଭସ ବ୍ୟବହାର ପାଇଁ ଅନୁମତି ଦିଆଯାଇ ନ ଥିଲା।

ଆଇସିସି କହିଛି, ବୋର୍ଡ ଦ୍ୱାରା ନିର୍ଦ୍ଧାରିତ ନୀତି ଅନୁଯାୟୀ କୌଣସି ଖେଳାଳି ସେମାନଙ୍କ ବସ୍ତ୍ର କିମ୍ବା ଖେଳ ଉପକରଣରେ ବ୍ୟକ୍ତିଗତ ବାର୍ତ୍ତା କିମ୍ବା ଲୋଗୋ ବ୍ୟବହାର କରାଯାଇ ପାରିବ ନାହିଁ। ଏହା ବୋର୍ଡ ନିୟମର ବିରୁଦ୍ଧାଚରଣ କରୁଛି ବୋଲି ଆଇସିସି କହିଛି।

Comments are closed.