ଆଇସିସି ମାନ୍ୟତା, ବ୍ୟାଟିଂ ତାଲିକାର ଶୀର୍ଷ ୨ଟି ସ୍ଥାନରେ ଭାରତ

ବିଶ୍ୱରେ କରୋନା ସଂକ୍ରମଣ ସମୟରେ ଆନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ମଙ୍ଗଳବାର ଦିନ ଏକ ଦିବସୀୟ କ୍ରିକେଟ ମାନ୍ୟତା ପ୍ରକାଶ କରିଛି। ଭାରତୀୟ ଅଧିନାୟକ ବିରାଟ କୋହଲି ପ୍ରଥମ ଏବଂ ରୋହିତ ଶର୍ମା ଦ୍ୱିତୀୟ ସ୍ଥାନରେ ଅଛନ୍ତି। କୋହଲି ୮୭୧ ପଏଣ୍ଟ ଏବଂ ରୋହିତ ୮୫୫ ପଏଣ୍ଟ ପାଇଛନ୍ତି | କେବଳ ବୋଲିଂ ର଼୍ୟାଙ୍କିଙ୍ଗରେ ଭାରତୀର ଜସପ୍ରୀତ ବୁମରା ୭୧୯ ପଏଣ୍ଟ ସହ ଦ୍ୱିତୀୟ ସ୍ଥାନରେ ଅଛନ୍ତି।

ଟପ୍ -୨୦ ବ୍ୟାଟ୍ସମ୍ୟାନଙ୍କ ତାଲିକାରେ ତିନିଜଣ ଭାରତୀୟ ଅଛନ୍ତି। କୋହଲି-ରୋହିତଙ୍କ ବ୍ୟତୀତ ଶିଖର ଧୱନ ୧୭ ନମ୍ବରରେ ଅଛନ୍ତି। ତାଙ୍କ ପରେ ୨୬ ନମ୍ବର ସ୍ଥାନରେ ଭାରତର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନି ଅଛନ୍ତି। ଧୱନ ୭୦୦ ଏବଂ ଧୋନି ୬୩୩ ପଏଣ୍ଟ ପାଇଛନ୍ତି।

ଟପ୍ -୧୦ ବ୍ୟାଟ୍ସମ୍ୟାନଙ୍କ ତାଲିକାରେ ୮୭୧ ପଏଣ୍ଟ ସହ ଭାରତୀୟ ଖେଳାଳି ପ୍ରଥମ ସ୍ଥାନରେ ଥିବା ବେଳେ ୮୫୫ ପଏଣ୍ଟରେ ରୋହିତ ଶର୍ମା ଦ୍ଵିତୀୟ, ୮୨୯ ପଏଣ୍ଟରେ ପାକିସ୍ଥାନର ବାବର ଆଜମ ତୃତୀୟ, ୮୧୮ ପଏଣ୍ଟରେ ନ୍ୟୁଜିଲ୍ୟାଣ୍ଡର ରସ୍ ଟେଲର ଚତୁର୍ଥ, ୭୯୦ ପଏଣ୍ଟରେ ଦକ୍ଷିଣ ଆଫ୍ରିକାର ଫାଫ ଡୁପ୍ଲେସି ପଞ୍ଚମ, ୭୮୯ ପଏଣ୍ଟରେ ଅଷ୍ଟ୍ରେଲିଆର ଡେଭିଡ ୱାର୍ନର ଷଷ୍ଠ, ୭୭୦ ପଏଣ୍ଟରେ ଇଂଲଣ୍ଡର ଜୋ ରୁଟ୍ ସପ୍ତମ, ୭୬୭ ପଏଣ୍ଟରେ ଅଷ୍ଟ୍ରେଲିଆର ଆରୋନ ଫିଞ୍ଚ ଅଷ୍ଟମ, ୭୬୫ ପଏଣ୍ଟରେ ନ୍ୟୁଜିଲ୍ୟାଣ୍ଡର କେନ୍ ୱିଲିୟମ୍ସନ୍ ନବମ ଓ ୭୫୫ ପଏଣ୍ଟରେ ଦକ୍ଷିଣ ଆଫ୍ରିକାର କ୍ୱିଣ୍ଟନ୍ ଡିକକ ଦଶମ ସ୍ଥାନରେ ଅଛନ୍ତି।

ଟପ୍ -୧୦ ବୋଲର ତାଲିକାରେ ୭୨୨ ପଏଣ୍ଟ ସହ ନ୍ୟୁଜିଲ୍ୟାଣ୍ଡ ବୋଲର ଟ୍ରେଣ୍ଟ ବୋଲ୍ଡ ପ୍ରଥମ ସ୍ଥାନରେ ଥିବା ବେଳେ ୭୧୯ ପଏଣ୍ଟରେ ଭାରତର ଜସପ୍ରୀତ ବୁମରା ଦ୍ଵିତୀୟ, ୭୦୧ ପଏଣ୍ଟରେ ଆଫଗାନିସ୍ତାନର ମୁଜିବୁର ରେହମାନ ତୃତୀୟ, ୬୮୯ ପଏଣ୍ଟରେ ଅଷ୍ଟ୍ରେଲିଆର ପ୍ୟାଟ୍ କମିନ୍ସ ଚତୁର୍ଥ, ୬୬୫ ପଏଣ୍ଟରେ ଦକ୍ଷିଣ ଆଫ୍ରିକାର କଗିସୋ ରାବାଡା ପଞ୍ଚମ, ୬୬୦ ପଏଣ୍ଟରେ ଇଂଲଣ୍ଡର କ୍ରିସ୍ ୱକ୍ସ ଷଷ୍ଠ, ୬୫୭ ପଏଣ୍ଟରେ ପାକିସ୍ଥାନର ମହମ୍ମଦ ଆମିର ସପ୍ତମ, ୬୪୧ ପଏଣ୍ଟରେ ନ୍ୟୁଜିଲ୍ୟାଣ୍ଡର ମ୍ୟାଟ୍ ହେନେରୀ ଅଷ୍ଟମ, ୬୩୦ ପଏଣ୍ଟରେ ଆଫଗାନିସ୍ତାନର ରସିଦ ଖାନ ନବମ ଓ ୬୨୮ ପଏଣ୍ଟରେ ନ୍ୟୁଜିଲ୍ୟାଣ୍ଡର ଲକି ଫର୍ଗୁସନ୍ ଦଶମ ସ୍ଥାନରେ ଅଛନ୍ତି।

ଅଲରାଉଣ୍ଡର ତାଲିକାରେ ଆଫଗାନିସ୍ତାନର ନବୀ ୩୦୧ ପଏଣ୍ଟ ସହ ପ୍ରଥମ ସ୍ଥାନରେ ରହିଛନ୍ତି। ରବିନ୍ଦ୍ର ଜାଡେଜା ଅଲରାଉଣ୍ଡର ମାନ୍ୟତାରେ ଗୋଟିଏ ସ୍ଥାନ ତଳକୁ ଖସି ୮ ନମ୍ବରରେ ପହଞ୍ଚିଛନ୍ତି। ଏହି ତାଲିକାରେ ସେ ହେଉଛନ୍ତି ଏକମାତ୍ର ଭାରତୀୟ ଅଲରାଉଣ୍ଡର। ଏଥିରେ ୨୯୩ ପଏଣ୍ଟ ସହ ଇଂଲଣ୍ଡର ବେନ୍ ଷ୍ଟୋକ୍ସ ଦ୍ଵିତୀୟ, ୨୭୮ ପଏଣ୍ଟରେ ପାକିସ୍ଥାନର ଇମାଦ୍ ୱାସିମ୍ ତୃତୀୟ, ୨୬୫ ପଏଣ୍ଟରେ ନ୍ୟୁଜିଲ୍ୟାଣ୍ଡର କଲିନ୍ ଡି ଗ୍ରାଣ୍ଡହମ୍ ଚତୁର୍ଥ, ୨୬୪ ପଏଣ୍ଟରେ ଇଂଲଣ୍ଡର କ୍ରିସ୍ ୱକସ୍ ପଞ୍ଚମ, ୧୫୩ ପଏଣ୍ଟରେ ଆଫଗାନିସ୍ତାନର ରସିଦ ଖାନ ଷଷ୍ଠ, ୨୫୧ ପଏଣ୍ଟରେ ନ୍ୟୁଜିଲ୍ୟାଣ୍ଡର ମାଇକେଲ ସାଣ୍ଟନର୍ ସପ୍ତମ, ୨୪୬ ପଏଣ୍ଟରେ ଭାରତର ରବିନ୍ଦ୍ର ଜାଡେଜା ଅଷ୍ଟମ, ୨୩୨ ପଏଣ୍ଟରେ ଜିମ୍ବାୱେର ଆଲେକ୍ସଜାଣ୍ଡାର୍ ରଜା ନବମ ଓ ୨୨୯ ପଏଣ୍ଟରେ ଜିମ୍ବାୱେର ୱିଲିୟମ୍ସ ଦଶମ ସ୍ଥାନରେ ଅଛନ୍ତି।

କରୋନା ସଂକ୍ରମଣ ଯୋଗୁ ଚଳିତ ବର୍ଷ ମାର୍ଚ୍ଚ ୧୩ ପରଠାରୁ କୌଣସି ଏକ ଦିବସୀୟ ଆନ୍ତର୍ଜାତୀୟ ମ୍ୟାଚ୍ ଅନୁଷ୍ଠିତ ହୋଇନାହିଁ। ଶେଷ ମ୍ୟାଚ୍ ସିଡନୀରେ କୌଣସି ଦର୍ଶକ ବିନା ଅନୁଷ୍ଠିତ ହୋଇଥିଲା ଯେଉଁଥିରେ ଅଷ୍ଟ୍ରେଲିଆ ନ୍ୟୁଜିଲ୍ୟାଣ୍ଡକୁ ୭୧ ରନରେ ପରାସ୍ତ କରିଥିଲା। ବର୍ତ୍ତମାନ ୧୩୯ ଦିନ ପରେ ଜୁଲାଇ ୩୦ରେ ଇଂଲଣ୍ଡ ଏବଂ ଆୟରଲାଣ୍ଡ ମଧ୍ୟରେ ମ୍ୟାଚ୍ ଖେଳାଯିବ। ଦୁଇ ଦେଶ ମଧ୍ୟରେ ୩ଟି ଏକ ଦିବସୀୟ ସିରିଜ୍ ଅନୁଷ୍ଠିତ ହେବ।

Comments are closed.