ଆଇସିସି ଆଓ୍ୱାର୍ଡ-୨୦୧୯ : ରୋହିତ ସର୍ବଶ୍ରେଷ୍ଠ କ୍ରିକେଟର ଓ ବିରାଟ ସ୍ପିରିଟ ଅଫ ଦି ଇୟର, ଜାଣନ୍ତୁ ସମ୍ପୂର୍ଣ୍ଣ ବିବରଣୀ

ଦିନିକିଆ କ୍ରିକେଟର ଅଫ ଦି ଇୟର : ରୋହିତ ଶର୍ମା(ଭାରତ)
ବେଷ୍ଟ ଟ୍ବେଣ୍ଟି-୨୦ ଫର୍ମାଟ ଅଫ ଦି ଇୟର : ଦୀପକ ଚହର(ଭାରତ)
ସ୍ପିରିଟ ଅଫ ଦି ଇୟର : ବିରାଟ କୋହଲି(ଭାରତ)
ଆଇସିସି ଫ୍ଲେୟାର ଅଫ ଦି ଇୟର : ବେନ ଷ୍ଟୋକ୍ସ(ଇଂଲଣ୍ଡ)
ନୂଆଦିଲ୍ଲୀ : ବିଶ୍ବରେ କ୍ରିକେଟର ସର୍ବାଚ୍ଚ ସଂସ୍ଥା ଆଇସିସି ପକ୍ଷରୁ ବୁଧବାର ୨୦୧୯ପାଇଁ ଆଓ୍ୱାର୍ଡ ଘୋଷଣା କରାଯାଇଛି। ଏହି ପୁରସ୍କାରରେ ଭାରତୀୟ ଖେଳାଳିଙ୍କ ସଂଖ୍ୟା ଅଧିକ ରହିଥିବା ଦେଖାଯାଇଛି। ବିରାଟଙ୍କୁ ଆଇସିସି ଟେଷ୍ଟ ଓ ଦିନିକିଆ ଦଳ ପାଇଁ ଅଧିନାୟକ ଭାବେ ଚୟନ କରାଯାଇଛି। ଆଇସିସିର ଦିନିକିଆ ଦଳରେ ବିରାଟଙ୍କ ବ୍ୟତୀତ ରୋହିତ ଶର୍ମା, ମହମ୍ମଦ ସାମି ଏବଂ କୂଳଦୀପ ଯାଦବ ସ୍ଥାନ ପାଇଛନ୍ତି। ସେହିଭଳି ଟେଷ୍ଟରେ ମୟଙ୍କ ଅଗ୍ରୱାଲଙ୍କୁ ଓପନିଂ ବ୍ୟାଟ୍ସମ୍ୟାନ ଭାବେ ସାମିଲ କରାଯାଇଛି।


ସେହିଭଳି ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଓ ଉପ ଅଧିନାୟକ ରୋହିତ ଶର୍ମାଙ୍କୁ ଗୁରୁତ୍ୱପୂର୍ଣ୍ଣ ଆଓ୍ୱାର୍ଡ ମିଳିଛି। ଅଧିନାୟକ ବିରାଟ କୋହଲିଙ୍କ ବ୍ୟବହାରକୁ ଦେଖି ଆଇସିସି ତାଙ୍କୁ ସ୍ପିରିଟ୍ ଅଫ୍ ଦି ଇୟର ଆଓ୍ୱାର୍ଡ ଦେଇଛି। ବିଶ୍ୱକପରେ ଅଷ୍ଟ୍ରେଲିଆ ଓ ଭାରତ ମଧ୍ୟରେ ମ୍ୟାଚରେ ବିରାଟ କୋହଲି ବ୍ୟାଟିଂ କରୁଥିଲେ ବାଉଣ୍ଡ୍ରି ପାଖରେ ସ୍ମିଥ୍ ଫିଲ୍ଡିଂ କରୁଥିଲେ। ଏହି ସମୟରେ ବାଉଣ୍ଡ୍ରି ପାଖରେ ଉପସ୍ଥିତ ଦର୍ଶକ ସ୍ମିଥଙ୍କୁ ଛିଗୁଲେଇ ଥିଲେ। ହେଲେ କୋହଲି ତାଙ୍କ ମନବଳ ବଢ଼ାଇବାକୁ ଯାଇ ତାଳି ମାରିଥିଲେ। ଏମିତିକି ଦର୍ଶକଙ୍କୁ ମଧ୍ୟ ତାଳି ମାରିବାକୁ କହିଥିଲେ।


ଭାରତୀୟ କ୍ରିକେଟ ଦଳର ଉପ ଅଧିନାୟକ ହିଟମ୍ୟାନ୍ ରୋହିତ ଶର୍ମାଙ୍କୁ ସର୍ବଶ୍ରେଷ୍ଠ ଦିନିକିଆ କ୍ରିକେଟର ଅଫ ଦି ଇୟର ସମ୍ମାନରେ ସମ୍ମାନିତ କରାଯାଇଛି। ରୋହିତ ୨୦୧୯ରେ ୨୮ଟି ମ୍ୟାଚ ଖେଳି ୧୪୯୦ରନ କରିଥିଲେ। ବିଶ୍ବକପରେ ସେ ୯ଟି ମ୍ୟାଚ ଖେଳି ୬୪୮ରନ କରିଥିଲେ। ଯେଉଁଥିରେ ତାଙ୍କର ୫ଟି ଶତକ ସାମିଲ ଥିଲା।


ଇଂଲଣ୍ଡର ଷ୍ଟାର ଅଲରାଉଣ୍ଡର ବେନ ଷ୍ଟୋକ୍ସଙ୍କୁ ୨୦୧୯ର ଆଇସିସି ପ୍ଲେୟର ଅଫ ଦି ଇୟର ଭାବେ ଚୟନ କରାଯାଇଛି। ଷ୍ଟୋକ୍ସଙ୍କ ଗତ ବର୍ଷର ଫର୍ମ ଏବଂ ୨୦୧୯ବିଶ୍ବକପକୁ ସେ ତାଙ୍କ ନିଜ ଦମରେ ଇଂଲଣ୍ଡ ଦଳକୁ ବିଜୟୀ କରାଇଥିଲେ। ଏହାକୁ ଦେଖି ତାଙ୍କୁ ଏଥିରେ ସମ୍ମାନିତ କରାଯାଇଛି।


ଭାରତୀୟ କ୍ରିକେଟ ଦଳର ଯୁବ ଦ୍ରୁତ ବୋଲର ଦୀପକ ଚହରଙ୍କୁ ଟ୍ବେଣ୍ଟି-୨୦ ଫର୍ମାଟ ଅଫ ଦି ଇୟର ଭାବେ ସମ୍ମାନିତ କରାଯାଇଛି। ସେ ଗତବର୍ଷ ନାଗପୁରରେ ବାଂଲାଦେଶ ବିପକ୍ଷରେ ହୋଇଥିବା ଟ୍ବେଣ୍ଟି-୨୦ରେ ୭ରନ ଦେଇ ୬ଟି ୱିକେଟ ନେଇଥିଲେ। ଏହାସହିତ ଦୀପକ ଟ୍ବେଣ୍ଟି-୨୦ରେ ହାଟ୍ରିକ୍ ନେବାର ପ୍ରଥମ ବୋଲର।

Comments are closed.