ଆସନ୍ତାକାଲି ଦେଶର ଗୋଷ୍ଠୀ ବେତାର କେନ୍ଦ୍ର ସହ କଥା ହେବେ କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭଡେକର

ନୂଆଦିଲ୍ଲୀ : ଏକ ଅନନ୍ୟ ଜନସମ୍ପର୍କ କାର୍ଯ୍ୟକ୍ରମ ସ୍ୱରୂପ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ  ପ୍ରକାଶ ଜାଭଡେକର ଶୁକ୍ରବାର (ଆସନ୍ତାକାଲି) ଦେଶର ଗୋଷ୍ଠୀ ବେତାର କେନ୍ଦ୍ର ସହ କଥାବାର୍ତ୍ତା କରିବେ । ସନ୍ଧ୍ୟା ୭.୦୦ ଟାରେ ହେବାକୁ ଥିବା ଏହି କାର୍ଯ୍ୟକ୍ରମ ଦେଶର ଗୋଷ୍ଠୀ ବେତାର କେନ୍ଦ୍ର ଦ୍ଵାରା ପ୍ରସାରିତ ହେବ ।

କୋଭିଡ ସଂକ୍ରାନ୍ତ ଦେଶବ୍ୟାପୀ ସୂଚନା ପ୍ରଦାନ ପାଇଁ ସରକାର ସବୁ ବର୍ଗର ଜନସାଧାରଣଙ୍କୁ ସାମିଲ କରିବା ପରିପ୍ରେକ୍ଷୀରେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ଦେଶବ୍ୟାପୀ ବର୍ତ୍ତମାନ ୨୯୦ଟି ଗୋଷ୍ଠୀ ବେତାର କେନ୍ଦ୍ର ରହିଥିବା ବେଳେ ତୃଣମୂଳ ସ୍ତରରେ ଜନସାଧାରଣଙ୍କ ନିକଟରେ ପହଞ୍ଚିବା ପାଇଁ ଏହା ଏକ ବଳିଷ୍ଠ ମାଧ୍ୟମ ବୋଲି ବିବେଚିତ ହୋଇଥାଏ । ଦେଶର ଦୂରଦୂରାନ୍ତର ଜନସାଧାରଣଙ୍କ ନିକଟରେ ପହଞ୍ଚିବା ପାଇଁ ଏହି କାର୍ୟ୍ୟକ୍ରମ କରାଯାଉଛି ।

Comments are closed.