ଅମ୍ଫାନ ଅଟକାଇଲା ଆଇଏଏସ୍ ବଦଳି

ଭୁବନେଶ୍ବର:  ତିନି ଦିନ ତଳେ ସରକାରଙ୍କ ପକ୍ଷରୁ କରାଯାଇଥିବା ଛୋଟଧରଣର ଆଇଏଏସ୍ ଅଦଳବଦଳ ସ୍ଥଗିତ ରହିଛି । ବାତ୍ୟା ’ଅମ୍ଫାନ’କୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି ।  ନିକୁଞ୍ଜ ବିହାରୀ ଧଳ ଓ ବିଷ୍ଣୁପଦ ସେଠୀଙ୍କ ବଦଳି ବାତିଲ ହୋଇଛି ।  ନିକୁଞ୍ଜଙ୍କର ସ୍ୱାସ୍ଥ୍ୟରୁ ଶକ୍ତି ବିଭାଗକୁ ସଚିବ ଭାବେ ବଦଳି ହୋଇଥିଲା । ସେହିପରି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ସଚିବ ଭାବେ ବିଷ୍ଣୁପଦ ସେଠୀଙ୍କୁ ବଦଳି କରାଯାଇଥିଲା ।

Comments are closed.