ବଦଳିଲା ୨ ଆଇଏସଙ୍କ ବିଭାଗ

ଡେସ୍କ: ଆଜି ଦୁଇ ଆଇଏସ ଅଧିକାରୀଙ୍କ ବିଭାଗ ଅଦଳବଦଳ କରାଯାଇଛି। ଆଇଏଏସ ଅଶ୍ୱିନୀ କୁମାର ମିଶ୍ରଙ୍କୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଅତିରିକ୍ତ ସଚିବ ଭାବେ ଅବସ୍ଥାପିତ କରାଯାଇଛି। ସେ ଏବେ ଉଚ୍ଚଶିକ୍ଷା ବିଭାଗ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଛନ୍ତି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଅତିରିକ୍ତ ସଚିବ ସହ ସେ ମଧ୍ୟ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଅଧ୍ୟକ୍ଷ ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଇବେ। ସେହିପରି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଅତିରିକ୍ତ ସଚିବ ଆଇଏଏସ ଆଲୋକ କୁମାର କରଙ୍କୁ ଜଳ ସମ୍ପଦ ବିଭାଗର ନିର୍ଦ୍ଦେଶକ ଭାବେ ଅବସ୍ଥାପିତ କରାଯାଇଛି। ଉଭୟଙ୍କୁ ଚଳିତ ମାସ ୩୧ରେ କାର୍ଯ୍ୟମୁକ୍ତ କରିବାକୁ ରାଜ୍ୟ ସାଧାରଣ ପ୍ରଶାସନ ଓ ଅଭିଯୋଗ ବିଭାଗ ନିର୍ଦ୍ଦେଶ ଜାରି କରିଛି।

Comments are closed.