ରାଜ୍ୟ ଆଇଏଏସ୍‌ ସ୍ତରରେ  ଅଦଳ ବଦଳ

0

କଟକ . – ରାଜ୍ୟ ସରକାର ଆଇଏଏସ୍‌ ସ୍ତରରେ ଛୋଟ ଅଦଳ ବଦଳ କରିଛନ୍ତି । ୧୯୮୭ ବ୍ୟାଚ ଆଇଏଏସ୍‌ ଅଧିକାରୀ ତୁହିନକାନ୍ତ ପାଣ୍ଡେଙ୍କୁ ନୂଆଦିଲ୍ଲୀର ନୂଆ ପ୍ରମୁଖ ଆବସିକ କମିଶନର ଭାବେ ନିୟୁକ୍ତି ଦିଆଯାଇଛି ।  ସେହିପରି ବରିଷ୍ଠ ଆଇଏଏସ୍‌ ଅଧିକାରୀ ଅଶୋକ କେ ମୀନାଙ୍କୁ  ଅର୍ଥ ବିଭାଗର ପ୍ରମୁଖ  ଶାସନ ସଚିବ ଭାବେ ନିଯୁକ୍ତି ଦିଆଯାଇଛି ।  ଆଇଏଏସ୍‌ ଅଧିକାରୀ ଗିରୀଶ ଏସ୍‌ଏନ୍‌ଙ୍କୁ ଜେଣ୍ଡର ଆଡମିନ୍‌ଷ୍ଟ୍ରେସନ୍‌ର ନୂଆ ସ୍ୱତନ୍ତ୍ର ସଚିବା ଭାବେ ନିଯୁକ୍ତି  ଦିଆଯାଇଛି । ଆଇଏଏସ୍‌ ଅଧିକାରୀ ଦେବେନ୍ଦ୍ର କୁମାର ଜେନାଙ୍କୁ ନୂଆ ପରିଚାଳନା ନିର୍ଦେଶକ ଭାବେ ନିଯୁକ୍ତି ଦିଆଯାଇଛି । ବରିଷ୍ଠ ଆଇଏଏସ୍‌ ଅଧିକାରୀ ଏନ୍‌ବିଏସ୍‌ ରାଜପୁତଙ୍କୁ କେନ୍ଦ୍ର  ସରକାରରେ ଯୁଗ୍ମ ସଚିବ ରାଙ୍କରେ  ମନୋନୟନ କରାଯାଇଛି ।

Leave A Reply