ଆଇଏସ୍‍ ସମର୍ଥକ ଦୁଇ ହାଇଦରାବାଦୀ ଯୁବକ ଗିରଫ

0

ନୂଆଦିଲ୍ଲୀ : ଆଇଏସ୍‍ଆଇଏସ୍‍ ସହିତ ସମ୍ପର୍କ ଥିବା ଅଭିଯୋଗରେ ଜାତୀୟ ତଦନ୍ତକାରୀ ସଂସ୍ଥା ଏନ୍‍ଆଇଏ ହାଇଦରାବାଦର ଦୁଇ ଜଣଙ୍କୁ ଗିରଫ କରିଛି। ଭାରତରେ ଆଇଏସ୍‍ଆଇଏସ୍‍ (ଇସ୍‍ଲାମିକ ଷେ୍‍ଯଟ୍‍ ଅଫ ଇରାକ ଏଣ୍ଡ ସିରିଆ)ର ଆଦର୍ଶ ପ୍ରଚାର କାର୍ଯ୍ୟକରୁଥିବା ଏହି ଦୁଇ ଜଣ ହେଉଛନ୍ତି ଅବଦୁଲ୍ଲା ବସିତ୍‍(୨୪) ଓ ଅବଦୁଲ କାଦିର(୧୯)। ସେମାନେ ମୁସଲମାନ ଯୁବକଙ୍କୁ ଆଇଏସ୍‍ ସପକ୍ଷରେ ଉତ୍‍ପ୍ରେରିତ କରିବା ସହ ସଂଗଠନ ପାଇଁ ସଦସ୍ୟ ସଂଗ୍ରହ କରୁଥିଲେ। ଭାରତରେ ଆଇଏସ୍‍ ଏହାର କାରବାର ଚଳାଇଥିବା ଅଭିଯୋଗକ୍ରମେ ୨୦୧୬ରୁ ଏନ୍‍ଆଇଏ ଏ ସମ୍ପର୍କରେ ତଦନ୍ତ କରିଆସୁଛି। ବସିତ୍‍ ପୂର୍ବରୁ ସମାନ ଅଭିଯୋଗରେ ଗିରଫ ଅଦନାନ ହାସାନର ସହଯୋଗୀ ବୋଲି ଏନ୍‍ଆଇଏ ଜାଣିବାକୁ ପାଇଛି। ଏମାନଙ୍କୁ ଗିରଫ କରିବା ପାଇଁ ଏନ୍‍ଆଇଏ ଗତ ୬ତାରିଖରେ ହାଇଦରାବାଦର ୭ଟି ସ୍ଥାନରେ ଚଢ଼ଉ କରିଥିଲା। ଚଢ଼ଉ ସମୟରେ ବହୁ ଆପତ୍ତିଜନକ କାଗଜପତ୍ର ଓ ସାମଗ୍ରୀ ଜବତ ହୋଇଥିଲା।

Leave A Reply