ଓଆରଏଚଡିସି ଦୁର୍ନୀତି; ଆଇଏଏସ ବିନୋଦ କୁମାରଙ୍କୁ ୩ ବର୍ଷ ଜେଲ

0

ଭୁବନେଶ୍ବର: ଓଆରଏଚଡିସି ଦୁର୍ନୀତି ମାମଲାରେ ଆଇଏଏସ ବିନୋଦ କୁମାରଙ୍କୁ ୩ ବର୍ଷ ଜେଲ ଦଣ୍ଡାଦେଶ ହୋଇଛି। ଶୁକ୍ରବାର ସ୍ପେଶାଲ ଭିଜିଲାନ୍ସ କୋର୍ଟ ଏହି ଦଣ୍ଡାଦେଶ ଶୁଣାଇଛନ୍ତି। ଦଣ୍ଡାଦେଶ ପରେ ବିନୋଦଙ୍କ ଜାମିନ ଆବେଦନକୁ ଖାରଜ କରାଯାଇଛି। ସେହିପରି ଏହି ମାମଲାରେ ସଂପୃକ୍ତ ଅନ୍ୟ ଅଭିଯୁକ୍ତ ପୂର୍ଣ୍ଣଚନ୍ଦ୍ର ଦାସଙ୍କୁ ମଧ୍ୟ ୩ ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ କରାଯାଇଛି।

ସୂଚନାଯୋଗ୍ୟ, ଓଆରଏଚଡିସି ଦୁର୍ନୀତି ମାମଲାରେ ଆଇଏଏସ ବିନୋଦ କୁମାର ଶୁକ୍ରବାର ସକାଳେ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟରେ ଆତ୍ମସମର୍ପଣ କରିଥିଲେ । କୋର୍ଟରେ ହାଜର ପାଇଁ ତାଙ୍କୁ ନୋଟିସ ଜାରି ସତ୍ତ୍ବେ ସେ ହାଜର ହେଉନଥିଲେ। ତେଣୁ ତାଙ୍କ ନାମରେ ପୂର୍ବରୁ ଏନବିଡବ୍ଲୁ ଜାରି ହୋଇଥିଲା।

Leave A Reply