ଆଇଏଏସ୍ ସ୍ତରରେ ଅଦଳବଦଳ

ଭୁବନେଶ୍ବର: ଆଇଏଏସ୍ ସ୍ତରରେ ଅଦଳବଦଳ ହୋଇଛି। ପ୍ରଶାନ୍ତ ସେନାପତିଙ୍କୁ ଓବିସି ଏବଂ ଏସସି/ଏସଟି ବିଭାଗର ନିର୍ଦେଶକ ଦାୟିତ୍ବ ମିଳିଛି। ସେହିପରି ସୁଶାନ୍ତ ମହାପାତ୍ର ଡାଇରେକ୍ଟର ଇଷ୍ଟେଟ୍‌ସ​‌ ଏବଂ ଭି.ଜୟକୁମାର ଆୟୁଷ ବିଭାଗର ନିର୍ଦେଶକ ଭାବେ ନିଯୁକ୍ତ ହୋଇଛନ୍ତି। ଏନ୍.ତିରୁମାଲା ନାଏକ ଶ୍ରମ କମିଶନର ହୋଇଛନ୍ତି। ରାଉରକେଲା ଏଡିଏମ୍ ଓ ଆରଡିଏ ଭିସି ଭାବେ ଅବୋଲି ସୁନୀଲ ନରଭାଣେଙ୍କୁ ଦାୟିତ୍ବ ମିଳିଛି।

Comments are closed.