ବଲାଙ୍ଗୀରର ନବଲ କୁମାର ଜୈନ ୧୨୫ ର‍୍ୟାଙ୍କ ରଖି ହେଲେ ଆଇଆରଏସ

କଣ୍ଟାବାଞ୍ଝି: ବଲାଙ୍ଗିର ଜିଲା କଣ୍ଟାବାଞ୍ଝି  ସହରର ଡଲୁରାମ ଜୈନଙ୍କ ପୁଅ ନବଲ କୁମାର ଜୈନ ଭାରତୀୟ ପ୍ରଶାସନିକ ସେବା ପରୀକ୍ଷାରେ ୧୨୫ ର‍୍ୟାଙ୍କ ରଖି ସଫଳତାର ସହ ଉନ୍ମୀତ ହୋଇଛନ୍ତି । ଏହି ଖବର ପ୍ରସାରଣ ପରେ କଣ୍ଟାବାଞ୍ଜି ଓ ଆଖପାଖ ଅଂଚଳ ସହ ଜିଲ୍ଲା ରେ ଏକ ଖୁସୀର ଲହର ଦେଖିବାକୁ ମିଳିଛି। ୮ ବର୍ଷ ପରେ ପ୍ରଥମ ଥର ନବଲର ଦୁଇ ଭଉଣୀ ଭାଇକୁ ଘରେ ରାଖୀ ବାନ୍ଧି ଖୁସି ଥିଲେ ମଧ୍ୟ ରାଖୀର ଦିନେ ପରେ ଭାଇର ଏହି ସଫଳତା ଭଉଣୀଙ୍କ ସହ ସାରା ପରିବାରକୁ ଆନନ୍ଦିତ କରିଦେଇଛି । ନବଲ ପରିବାର ସହ ରହି ଏହି ଖୁସି ଖବର ପାଇଥିଲେ , ଗତ ବର୍ଷ ଏହି ପରୀକ୍ଷାରେ ନବଲ ୩୫୦ ର‍୍ୟାଙ୍କ ରଖି ମଧ୍ୟ ଆଇଆରଟିଏସରେ ସଫଳତା ପାଇଥିଲେ ସେଥିରେ ସନ୍ତୁଷ୍ଟ ନ ରହି ଆହୁରି ଭଲ କରିବାର ଦୃଢ଼ ନିଷ୍ପତି ରଖି ପୁନର୍ବାର ପାଠ ପଢି ଏହି ବର୍ଷ ପରୀକ୍ଷା ଦେଇଥିଲେ ଓ ସଫଳ ହେବା ସହ ଭଲ ର‍୍ୟାଙ୍କ ମଧ୍ୟ ରଖିଛନ୍ତି ।
ଲୋକଙ୍କ ସେବା ପ୍ରଥମ କାର୍ଯ୍ୟ ରହିବା ବୋଲି ନବଲ ପ୍ରକାଶ କରିଛନ୍ତି । ଏହି ସଫଳତା ପଛରେ ପରିବାର ଲୋକଙ୍କ ସହଯୋଗ ସହ କଠିନ ପରିଶ୍ରମ ରହିଛି ନବଲ କହିଛନ୍ତି ।

Comments are closed.