ପ୍ରଥମ ଥର ପାଇଁ ଆଇଏଏଫ ହେଲିକପ୍ଟର ଉଡ଼ାଇଲେ ବାୟୁସେନାର ମହିଳା ଅଧିକାରୀ

ନୂଆଦିଲ୍ଲୀ: ଭାରତୀୟ ବାୟୁସେନା(ଆଇଏଏଫ)କୁ ଆଉ ଏକ ସଫଳତା ମିଳିଛି। ପ୍ରଥମ ଥର ପାଇଁ ବାୟୁସେନାର ମହିଳା ଅଧିକାରୀମାନେ ଆଇଏଏଫ ହେଲିକପ୍ଟର ଉଡ଼ାଣ କରିଛନ୍ତି। ଏହି ଅଧିକାରୀମାନଙ୍କ ମଧ୍ୟରେ ଥିଲେ ଫ୍ଲାଇଟ୍‌ ଲ୍ୟୁଟ୍‌ନାଣ୍ଟ ପାରୁଲ ଭରଦ୍ବାଜ(କ୍ୟାପ୍‌ଟେନ), ଫ୍ଲାଇଂ ଅଫିସର ଅମନ ନିଧି(ସହକାରୀ ପାଇଲଟ୍‌) ଏବଂ ଫ୍ଲାଇଟ୍‌ ଇଞ୍ଜିନିୟର ହୀନା ଜୟସ୍ବାଲ। ଏହି ୩ ମହିଳା ଅଧିକାରୀ ଯୁଦ୍ଧ ଟିକା ପ୍ରଶିକ୍ଷଣ ମିଶନରେ ଏକ ଏମଆଇ-୧୭ ଭି୫ ହେଲିକପ୍ଟର ଉଡ଼ାଣ କରିଥିଲେ।

ଫ୍ଲାଇଟ୍‌ ଲ୍ୟୁଟନାଣ୍ଟ ଭରଦ୍ବାଜଙ୍କ ଘର ପଞ୍ଜାବର ମୁକେରିଆନରେ ଏବଂ ପ୍ରଥମ ମହିଳା ଭାବେ ଏମଆଇ-୧୭ଭି୫ ହେଲିକପ୍ଟର ଉଡ଼ାଇବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ଫ୍ଲାଇଂ ଅଫିସର ନିଧିଙ୍କ ଘର ରାଞ୍ଚି ହୋଇଥିବାବେଳେ ଜୟସ୍ବାଲଙ୍କର ଚଣ୍ଡୀଗଡ଼ରେ। ନିଧି ଭାରତୀୟ ବାୟୁସେନାରେ ପାଇଲଟ ଭାବେ ଯୋଗଦେବାରେ ଝାଡ଼ଖଣ୍ଡର ପ୍ରଥମ ମହିଳା। ସେହିପରି ଜୟସ୍ବାଲ ଭାରତୀୟ ବାୟୁସେନାର ପ୍ରଥମ ମହିଳା ଫ୍ଲାଇଟ୍‌ ଇଞ୍ଜିନିୟର।

Comments are closed.