ଏଏନ-୩୨ ବିମାନ ଦୁର୍ଘଟଣାସ୍ଥଳରେ ପହଞ୍ଚିଲା ବାୟୁସେନାର ସ୍ବତନ୍ତ୍ର ବିମାନ; ଓଡ଼ିଆ ପାଇଲଟଙ୍କ ସମେତ ୧୩ ମୃତ ଘୋଷିତ

ଇଟାନଗର: ଗତ ୩ ତାରିଖରେ ନିଖୋଜ ହୋଇଥିବା ଏଏନ-୩୨ ବିମାନ ଦୁର୍ଘଟଣାସ୍ଥଳରେ ପହଞ୍ଚିଛି ବାୟୁସେନାର ସ୍ବତନ୍ତ୍ର ବିମାନ। ଗତ ମଙ୍ଗଳବାର ସି ୟୋମି ଜିଲାର ପାୟୁମ ରିଜିଅନ ଅନ୍ତର୍ଗତ ଗାଟେର ୧୨ରୁ ୧୫ କିଲୋମିଟର ପଶ୍ଚିମ ଏବଂ ଲିପୋର ୧୬ କିଲୋମିଟର ଉତ୍ତରରେ ଅବସ୍ଥିତ ଏକ ସ୍ଥାନରୁ ବିମାନର ଭଗ୍ନାଂଶ ଠାବ ହୋଇଥିଲା। ଏହା ପରେ ବାୟୁସେନା ପକ୍ଷରୁ ଦୁର୍ଘଟଣାସ୍ଥଳର ପତ୍ତା ଲଗାଇବାକୁ ବଡ଼ ଧରଣର ସର୍ଚ୍ଚ ଅପରେଶନ ଆରମ୍ଭ ହୋଇଥିଲା। ଦୁର୍ଘଟଣାସ୍ଥଳ ଠାବ ହେବା ପରେ ବିମାନରେ ଥିବା ଓଡ଼ିଆ ପାଇଲଟ ସୁନୀତ ମହାନ୍ତିଙ୍କ ସମେତ ୧୩ ଜଣ ସଦସ୍ୟ ପ୍ରାଣ ହରାଇଥିବା ବାୟୁସେନା ପକ୍ଷରୁ ଘୋଷଣା କରାଯାଇଛି। ସର୍ଚ୍ଚ ଅପରେଶନରେ ଏମଆଇ-୧୭ ଏବଂ ସେନାର ଏଏଲଏଚ ହେଲିକପ୍ଟର ସାମିଲ ହୋଇଥିଲା।

Image courtesy: Hindustan times

ସୂଚନାଯୋଗ୍ୟ, ଗତ ୩ ତାରିଖରେ ବାୟୁସେନାର ଏହି ପରିବହନ ବିମାନ ଉଡାଣ ଆରମ୍ଭ କରିବାର ୩୩ ମିନିଟ ପରେ ରାଡାର ସହିତ ସମ୍ପର୍କ ଚ୍ଛିନ୍ନ ହୋଇଯାଇଥିଲା। ଏହା ପରେ ବିମାନ ନିଖୋଜ ହୋଇଯାଇଥିଲା । ଚୀନ୍‌ ସୀମା ନିକଟରେ ଅରୁଣାଚଳପ୍ରଦେଶର ଜୋହରାହଟ ନିକଟରେ ଏହି ବିମାନଟି ନିଖୋଜ ହୋଇଯାଇଥିଲା। ବିମାନରେ ଥିବା ୧୩ ସଦସ୍ୟଙ୍କ ମଧ୍ୟରେ ଫ୍ଲାଇଟ୍‌ ଲ୍ୟୁଟନାଣ୍ଟ ସୁନୀତ ମହାନ୍ତି ଥିଲେ। ତାଙ୍କ ଘର ଗଞ୍ଜାମ ଜିଲା କବିସୂର୍ଯ୍ୟ ନଗର ଅନ୍ତର୍ଗତ ବାଲିଆପଲ୍ଲୀ ଅଞ୍ଚଳରେ।

Comments are closed.