ଭାରତୀୟ ବିମାନ ବାହିନୀ ସଦାସର୍ବଦା ପ୍ରସ୍ତୁତ

ନୂଆଦିଲ୍ଲୀ: ବିମାନ ବାହିନୀ ମୁଖ୍ୟ ମାର୍ଶାଲ୍‍ ରାକେଶ କୁମାର ସିଂହ ଭଦୌରିଆ କହିଛନ୍ତି, ବିମାନ ବାହିନୀର କାର୍ଯ୍ୟାନୁଷ୍ଠାନ ପ୍ରସ୍ତୁତି ଅତ୍ୟନ୍ତ ଉଚ୍ଚସ୍ତରର ରହିଛି ଏବଂ ଗତବର୍ଷ ବାଲାକୋଟ୍‍ ଷ୍ଟ୍ରାଇକ୍‍ ଆକ୍ରମଣ ସମେତ ଅନେକ କାର୍ଯ୍ୟାନୁଷ୍ଠାନ କାର୍ଯ୍ୟକାରୀ କରିବାରେ ସଫଳ ହୋଇଛି। ବିମାନ ବାହିନୀ ମୁଖ୍ୟ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ତାଙ୍କର ପ୍ରଥମ ସାମ୍ବାଦିକ ସମ୍ମିଳନୀରେ ମାର୍ଶାଲ୍‍ ଭଦୌରିଆ କହିଛନ୍ତି, କୌଣସି ପ୍ରକାରର ଜରୁରୀ କାଳୀନ ପରିସ୍ଥିତିର ମୁକାବିଲା କରିବା ପାଇଁ ଭାରତୀୟ ବିମାନ ବାହିନୀ ସଦାସର୍ବଦା ପ୍ରସ୍ତୁତ ରହିଛି।

ଏହି ସାମ୍ବାଦିକ ସମ୍ମିଳନୀ ପୂର୍ବରୁ ବିମାନ ବାହିନୀ ପକ୍ଷରୁ ବାଲାକୋଟ୍‍ ଆକ୍ରମଣର ଭିଡ଼ିଓ କ୍ଲିପ୍‍ଗୁଡ଼ିକ ପ୍ରଦର୍ଶନ କରାଯାଇଥିଲା। ସେ କହିଛନ୍ତି, ରାଫେଲ୍‍ ଲଢ଼ୁଆ ବିମାନ ଏବଂ ଏସ୍‍.-୪୦୦ ପ୍ରତିରକ୍ଷା ବ୍ୟବସ୍ଥା ଭାରତୀୟ ବିମାନ ବାହିନୀର କାର୍ଯ୍ୟାନୁଷ୍ଠାନ ଦକ୍ଷତା ବହୁମାତ୍ରାରେ ବୃଦ୍ଧି କରିବ।

Comments are closed.