ଆକାଶରେ ଆହୁରି ଶକ୍ତିଶାଳୀ ହେବ ଭାରତ: ୧.୩ ଲକ୍ଷ କୋଟି ଟଙ୍କାରେ କିଣାଯିବ ୧୧୪ ଲଢ଼ୁଆ ବିମାନ

ନୂଆଦିଲ୍ଲୀ: ଚୀନ୍-ପାକିସ୍ତାନ ସହ ଚାଲିଥିବା ବିବାଦ ମଧ୍ୟରେ ଭାରତୀୟ ବାୟୁସେନାର ଶକ୍ତି ବୃଦ୍ଧି ନିମନ୍ତେ ଯୋଜନା ଆରମ୍ଭ କରିଛନ୍ତି କେନ୍ଦ୍ର ସରକାର।  ଭାରତୀୟ ବାୟୁସେନା ଲାଗି ୧୧୪ଟି  ଯୁଦ୍ଧ ବିମାନ କିଣିବାକୁ ଯୋଜନା କରାଯାଉଛି । କୁହାଯାଉଛି ଏହି ବିମାନ କିଣିବା ପାଇଁ କେନ୍ଦ୍ର ସରକାରଙ୍କୁ ୧.୩ ଲକ୍ଷ କୋଟି ଟଙ୍କା ବ୍ୟୟ କରିବେ ।  ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ୫୦ ହଜାର କୋଟିରେ ୮୩ ଟି ତେଜସ ବିମାନ କ୍ରୟକୁ ଅନୁମୋଦନ କରିଛି। ଏହି ତେଜସ ବିମାନ ବାୟୁ ସେନାର ମିଗ୍ ୨୧ ଯୁଦ୍ଧ ବିମାନର ସ୍ଥାନ ନେବ । ଏହାପରେ ବାୟୁସେନା ୧୧୪ଟି ବିମାନ କିଣିବା ପାଇଁ ଯୋଜନା ଆରମ୍ଭ କରିଛି ।

ଏଥିପାଇଁ ଭାରତୀୟ ବାୟୁସେନା ଟେଣ୍ଡର  ସୂଚନା ପାଇଁ ଏକ ଅନୁରୋଧ ଜାରି କରିସାରିଛି । ଖୁବ୍ ଶୀଘ୍ର ଏହି ପ୍ରକଳ୍ପ ପାଇଁ ପ୍ରତିରକ୍ଷା ମନ୍ତ୍ରଣାଳୟକୁ ଆବଶ୍ୟକତା ଗ୍ରହଣ (AON) ଦାଖଲ କରିବ। ଏହା ଅଧୀନରେ ବହୁ ସଂଖ୍ୟକ ୫ମ ପିଢ଼ିର ବିମାନ କ୍ରୟ କରାଯିବ | ଯାହା ଅଧୀନରେ ସେମାନେ ନିକଟରେ କିଣାଯାଇଥିବା ରାଫାଲ ବିମାନର ସାମର୍ଥ୍ୟ ସହିତ ମେଳ କରିପାରିବେ। ଆମେରିକା, ଫ୍ରାନ୍ସ, ରୁଷ ଏବଂ ସ୍ୱିଡେନର ଯୁଦ୍ଧ ବିମାନ ଉତ୍ପାଦନକାରୀ କମ୍ପାନୀ ଭାରତର ଚାହିଦା ପୂରଣ କରିବାକୁ ଆଗ୍ରହ ପ୍ରକାଶ କରିଥିବା ସୂଚନା ମିଳିଛି ।

ଯୁକ୍ତରାଷ୍ଟ୍ରରୁ, ଏଫ୍-୧୫ ଷ୍ଟ୍ରାଇକ୍ ଇଗଲ୍, ଏଫ୍-୧୮ ସୁପର ହର୍ନେଟ୍ ଏବଂ ଏଫ୍-୧୬ ବିମାନଗୁଡ଼ିକୁ ଉନ୍ନତିକରଣ କରି ଏଫ୍-୨୧ ନାମରେ ଭାରତକୁ ଦେଇ ପାରବ ବୋଲି ପ୍ରସ୍ତାବ ଦେଇଛି । ସେହିପରି ରୁଷ ଭାରତକୁ ମିଗ୍ ୩୫ ଓ ସୁଖୋଇ ଯୁଦ୍ଧ ବିମାନର ବିକଳ୍ପ ପ୍ରସ୍ତାବ ଦେଇଛି । ସ୍ବିଡ଼େ୍ ମଧ୍ୟ ଗ୍ରିପେନ୍ ଲଢ଼ୁଆ ବିମାନ ନିମନ୍ତେ ପ୍ରସ୍ତାବ ପଠାଇଛି । ଏହି ବିମାନ ଭାରତୀୟ ବାୟୁସେନାକୁ ୨୦୦୭ରେ ମିଳିଥିବା ବିମାନଠାରୁ ଉନ୍ନତ ।  ଅନ୍ୟପକ୍ଷରେ ବାୟୁସେନା ମୁଖ୍ୟ କେ.ଏସ୍.ଭଦୋରିଆ ଅଧିକ ସଂଖ୍ୟକ ରାଫେଲ କିଣିବା ଉପରେ ଗୁରୁତ୍ବ ଦେଇଛନ୍ତି ।

Comments are closed.