ରାସ୍ତାରେ ଜରୁରୀ ଅବତରଣ କଲା ବାୟୁସେନାର ଚିତା ହେଲିକପ୍ଟର

ଲକ୍ଷ୍ନୌ: ବୈଷୟିକ ତ୍ରୁଟି ଯୋଗୁ ବାୟୁସେନାର ଚିତା ହେଲିକପ୍ଟର ଗୁରୁବାର ରାସ୍ତାରେ ଜରୁରୀ ଅବତରଣ କରିଛି। ହିଣ୍ଡନ ଏୟାରବେସ ମୋହନନଗରରୁ ଏହି ହେଲିକପ୍ଟର ଚଣ୍ଡୀଗଡ଼ ଅଭିମୁଖେ ଉଡ଼ାଣ ଭରିଥିଲା। କିନ୍ତୁ ବୈଷୟିକ ତ୍ରୁତି ଦେଖାଦେବାରୁ ପାଇଲଟ ଜରୁରିକାଳୀନ ପରିସ୍ଥିତିରେ ଉତ୍ତରପ୍ରଦେଶର ବାଗପତ ନିକଟ ପୂର୍ବାଞ୍ଚଳ ଏକ୍ସପ୍ରେସ ୱେରେ ହେଲିକପ୍ଟରକୁ ଅବତରଣ କରାଇଥିଲେ। ଏଥିରେ କାହାର କୌଣସି କ୍ଷତି ହୋଇନାହିଁ।

ଖବରପାଇ ସ୍ଥାନୀୟ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ମରାମତି କରାଯିବା ପରେ ପ୍ରାୟ ୧ ଘଣ୍ଟା ପରେ ପାଇଲଟ ପୁଣି ଥରେ ଚଣ୍ଡୀଗଡ଼ ଅଭିମୁଖେ ଉଡ଼ାଣ କରିଥିଲେ। ସୂଚନାଯୋଗ୍ୟ, ପୂର୍ବରୁ ହିଣ୍ଡନ ଏୟାରବେସ୍‌ର ଏକ ହେଲିକପ୍ଟର ରଞ୍ଛାଡ ଗାଁ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା।

Comments are closed.