‘ଇ-ସଂଜୀବନୀ’ରେ ୫ ଲକ୍ଷ ଟେଲି-ପରାମର୍ଶ ରେକର୍ଡ

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଟେଲି ମେଡିସିନ୍ ସେବା ‘ଇ-ସଂଜୀବନୀ’ ୫ ଲକ୍ଷ ଟେଲି-ପରାମର୍ଶ ଶେଷ କରିଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଏକ ବିବୃତ୍ତିରେ କହିଛି ଯେ ଏହି ଇ-ସଞ୍ଜୀବନୀ ଟେଲି ମେଡିସିନ୍ ସେବା ରୋଗୀ ଏବଂ ଡାକ୍ତରଙ୍କ ମଧ୍ୟରେ ଶୀଘ୍ର ଲୋକପ୍ରିୟତା ହାସଲ କରିବା ସହ ଅଳ୍ପ ସମୟ ମଧ୍ୟରେ ପାଞ୍ଚ ଲକ୍ଷ ଟେଲି-ପରାମର୍ଶ ରେକର୍ଡ କରିଛି। ଶେଷ ୧୭ ଦିନରେ ଲକ୍ଷ ଲକ୍ଷ ପରାମର୍ଶ ରେକର୍ଡ କରାଯାଇଛି। ମନ୍ତ୍ରାଳୟ କହିଛି ଯେ ଏହା ଗତ କିଛି ଦିନ ମଧ୍ୟରେ ପ୍ରତିଦିନ ୮ ହଜାରରୁ ଅଧିକ ପରାମର୍ଶ ଦେଇଛି। ୨୬ଟି ରାଜ୍ୟରେ ଇ-ସଞ୍ଜୀବନୀ ଟେଲି ମେଡିସିନ ମାଧ୍ୟମରେ ଡାକ୍ତରଙ୍କ ସହ ଡାକ୍ତର ଏବଂ ଡାକ୍ତରଙ୍କ ସହ ରୋଗୀଙ୍କ ପରାମର୍ଶ ବ୍ୟବସ୍ଥା କରିଛି।

Comments are closed.