ଆଇଏମ୍‍ଏ ପକ୍ଷରୁ ଜାତୀୟ ପ୍ରତିବାଦ ଦିବସ ପାଳିତ

ପୁରୀ : ଡାକ୍ତରଙ୍କ ବିରୋଧରେ ହିଂସାକୁ ପ୍ରତିବାଦ କରି ଇଣ୍ଡିଆନ ମେଡିକାଲ ଆସୋସିଏଶନ୍‍(ଆଇଏମ୍‍ଏ) ପକ୍ଷରୁ ଶୁକ୍ରବାର ଜାତୀୟ ପ୍ରତିବାଦ ଦିବସ ପାଳନ କରାଯାଇଛି। ପୁରୀ ଆଇଏମ୍‍ଏ ସଦସ୍ୟମାନେ ଜିଲାପାଳ ବଲୱନ୍ତ୍‍ ସିଂହଙ୍କ ଜରିଆରେ ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀଙ୍କ ନିକଟକୁ ଏକ ସ୍ମାରକପତ୍ର ପଠାଇଛନ୍ତି। ଡାକ୍ତରଙ୍କ ଉପରେ ହେଉଥିବା ଆକ୍ରମଣ ବିରୋଧରେ ଦୃଢ କର୍ଯ୍ୟାାନୁଷ୍ଠାନ ଗ୍ରହଣ କରିବା ପାଇଁ ଅନୁରୋଧ କରି ଉକ୍ତ ସ୍ମାରକପତ୍ର ପଠାଯାଇଛି।

Comments are closed.