ହୁଣ୍ଡାଇ ଶୋ’ରୁମରେ କୁକୁର ସେଲସମ୍ୟାନ; ମିଳିଛି ଶ୍ରେଷ୍ଠ କର୍ମଚାରୀ ମାନ୍ୟତା

ଆପଣ କେବେ ଚିନ୍ତା କରିଛନ୍ତି ଯେ ଏକ କାର ଶୋ’ରୁମ୍ ଭିତରକୁ ଯିବା ବେଳେ କୁକୁରଟିଏ ଆପଣଙ୍କୁ ଅଭିବାଦନ କରିବ। ଏକ ହୁଣ୍ଡାଇ ଶୋ’ରୁମ୍ ଦ୍ୱାରା ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି ଓ ଟାକ୍ସନ ପ୍ରାଇମ ନାମକ କୁକୁରକୁ ସେଲସମ୍ୟାନ ନିଯୁକ୍ତ କରାଯାଇଛି। ତେବେ ନିକଟରେ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଟାକ୍ସନ ପ୍ରାଇମର ହୃଦୟସ୍ପର୍ଶୀ କାହାଣୀ ହଜାର ହଜାର ଲୋକଙ୍କ ହୃଦୟ ଜିତିଛି।
ଟାକ୍ସନ ପ୍ରାଇମ ହେଉଛି ଏକ ବୁଲା କୁକୁର ଯିଏକି ବ୍ରାଜିଲର ଏକ ହୁଣ୍ଡାଇ କାର୍ ଶୋ’ରୁମ୍ ନିକଟରେ ବୁଲୁଥିବା ଦେଖା ଯାଇଥିଲା। ପରେ ସେହି କୁକୁର ଶୋ’ରୁମ୍ର କର୍ମଚାରୀଙ୍କ ପ୍ରିୟ ପାଲଟି ଗଲା ଓ କମ୍ପାନୀ ପକ୍ଷରୁ ଟାକ୍ସନକୁ କର୍ମଚାରୀ ଭାବରେ ନିଯୁକ୍ତି ଦିଆଗଲା ଏବଂ ପରିଚୟ ପତ୍ର ମଧ୍ୟ ଦିଆଗଲା। ୨୦୨୦ ମେ’ ମାସରେ ଟାକ୍ସନକୁ ପଦୋନ୍ନତି ଦିଆଯିବା ସହ ଚଳିତ ବର୍ଷର ଶ୍ରେଷ୍ଠ କର୍ମଚାରୀ ମାନ୍ୟତା ମିଳିଛି। ସେ ବ୍ରାଜିଲର ଏସପିରିଟୋ ସାଣ୍ଟୋରେ ହୁଣ୍ଡାଇ ଶୋ’ରୁମକୁ ଜଗିଥିବାର ଦେଖିବାକୁ ମିଳିଛି। ହୁଣ୍ଡାଇ ଅଟୋମୋବାଇଲ୍ ନିର୍ମାତା ଲେଖିଛନ୍ତି ଯେ ହୁଣ୍ଡାଇ ପ୍ରାଇମ୍ ଡିଲରସିପରେ ଟାକ୍ସନ ପ୍ରାଇମ ଭେଟନ୍ତୁ।