ହ୍ୟୁଣ୍ଡାଇ ପକ୍ଷରୁ ଗ୍ରାଣ୍ଡ୍ ଆଇ-୧୦ ନିଓସ୍‌ର ବଜାର ପ୍ରବେଶ

ଭୁବନେଶ୍ବର : ହ୍ୟୁଣ୍ଡାଇ ମୋଟର ଇଣ୍ଡିଆ ଲି. ପକ୍ଷରୁ ତୃତୀୟ ପିଢ଼ିର କାର୍ ଗ୍ରାଣ୍ଡ୍ ଆଇ-୧୦ ନିଓସ୍‌ର ବଜାର ପ୍ରବେଶ ସମ୍ପର୍କରେ ଘୋଷଣା କରାଯାଇଛି। ଏହି କାର ଷ୍ଟାଇଲିସ୍ ଲୁକ୍ ଏବଂ ଅନନ୍ୟ ଡିଜାଇନିଂ ତଥା ଆଇ ଟେକ୍ ବୈଶିଷ୍ଟ୍ୟଗୁଡିକ ଯୁବ ଭାରତୀୟ ଗ୍ରାହକଙ୍କୁ ଆକର୍ଷିତ କରିବାକୁ ସକ୍ଷମ ହେବ। ଏହି ଅବସରରେ ହ୍ୟୁଣ୍ଡାଇ ମୋଟର ଇଣ୍ଡିଆ ଲିମିଟେଡ୍‌ର ଏମଡି ତଥା ସିଇଓ ଏସ୍.ଏସ୍. କିମ୍ କହିଲେ, ତୃତୀୟ ପିଢ଼ିର କାର୍ ଗ୍ରାଣ୍ଡ୍ ଆଇ-୧୦ ନିଓସ୍‌ର ବଜାର ପ୍ରବେଶ ନେଇ ଆମେ ବେଶ୍ ଆନନ୍ଦିତ। ଏହା ଭାରତୀୟ ଏବଂ ବିଶ୍ୱବ୍ୟାପି ଗ୍ରାହକଙ୍କୁ ଆକର୍ଷିତ କରିବାକୁ ସକ୍ଷମ ହେବ। ଗତ ୨୧ ବର୍ଷ ଧରି ଆମେ ନବୀନତମ ଉତ୍ପାଦ ନିର୍ମାଣ କ୍ଷେତ୍ରରେ ପାରଦର୍ଶିତା ହାସଲ କରିପାରିଛୁ। ଏହି ନୂତନ କାର୍ଉ ତ୍ପାଦନ କରି ଆମେ ଗ୍ରାହକଙ୍କ ମାନସିକତାକୁ ରୁଦ୍ଧିମନ୍ତ କରାଇବାର ପ୍ରୟାସ କରୁଛୁ।

Comments are closed.