MEllora 950×100

ଦୁନିଆରେ ପ୍ରଥମ ; ଏଣିକି ଏଟିଏମରୁ କେବଳ ଟଙ୍କା ନୁହେଁ ସିଧାସଳଖ ପାଇବେ ସୁନା

ହାଇଦ୍ରାବାଦ: ଏଟିଏମରୁ ୨୪ ଘଣ୍ଟା ସହଜରେ ଟଙ୍କା ମିଳିଥାଏ। ଏହା ସାଧାରଣ କଥା। ମାତ୍ର ଏଟିଏମରୁ ଏଣିକି ମିଳିବ ସୁନା। କଥାଟା କାନକୁ ଆଶ୍ଚର୍ଯ୍ୟ ଲାଗି ମଧ୍ୟ ସତ। ହାଇଦ୍ରାବାଦରେ ଦୁନିଆର ପ୍ରଥମ ରିୟଲ ଟାଇମ୍‌‌ ସୁନା ଏଟିଏମ ଲଗାଯାଇଛି। ଏହି ଏଟିଏମ୍‌‌ରୁ ସୁନାର ଟଙ୍କା ମିଳିବ। ସୁନା କ୍ରୟବିକ୍ରୟ କରୁଥିବା ଏକ ସୁନା କମ୍ପାନୀ ଏହି ଏଟିଏମକୁ ଲଗାଇଛି। କମ୍ପାନୀ କହିବାନୁଯାୟୀ, ଏହି ଏଟିଏମରୁ ୦.୫ ଗ୍ରାମ ଠାରୁ ଆରମ୍ଭ କରି ୧୦୦ ଗ୍ରାମ ଯାଏଁ ସୁନାର ଟଙ୍କା ମିଳିପାରିବ।
ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ ଏଟିଏମରୁ କେବଳ ଟଙ୍କା ବାହାରିବା ଦେଖାଯାଇଛି। ମାତ୍ର ପ୍ରଥମ ଥର ଦେଶରେ ଏଭଳି ଏକ ଏଟିଏମ ଲଗାଯାଇଛି,ଯେଉଁଥିରୁ ଆପଣ ସୁନାର ଟଙ୍କା ପାଇପାରିବେ। ଟଙ୍କା ପଇସା ବାହାରୁ ଥିବା ସାଧାରଣ ଏଟିଏମ ଭଳି ଦେଖାଯାଉଥିବା ଏହି ଏଟିଏମ ତେଲେଙ୍ଗାନାର ରାଜଧାନୀ ହାଇଦ୍ରାବାଦରେ ଲଗାଯାଇଛି। ଏହି ସୁନା (ଗୋଲ୍ଡ) ଏଟିଏମରୁ ଲୋକେ ନିଜ ଡେବିଟ୍‌‌ କାର୍ଡ ଓ କ୍ରେଡିଟ କାର୍ଡକୁ ବ୍ୟବହାର କରି ସୁନା କିଣିପାରିବେ।
ଏକ ସ୍ୱତନ୍ତ୍ର କମ୍ପାନୀ ଏହି ଏଟିଏମକୁ ପ୍ରକାଶ ନଗର ମେଟ୍ରୋ ଷ୍ଟେସନ ବେଗମପେଟରେ ଲଗାଇଛି। ଏହି ସୁନା ଏଟିଏମର କ୍ଷମତା ୫ କିଲୋ ସୁନା ରଖିବା ଭଳି। ଏଥିରୁ ୦.୫ ଗ୍ରାମ ରୁ ଆରମ୍ଭ କରି ୧୦୦ ଗ୍ରାମ ଯାଏଁ ସୁନା ପାଇଁ ଆଠଟି ବିକଳ୍ପ ରହିଛି। ଏଥିରେ ୦.୫ ଗ୍ରାମ, ୧ ଗ୍ରାମ, ୨ ଗ୍ରାମ,୫ ଗ୍ରାମ, ୧୦ ଗ୍ରାମ,୨୦ ଗ୍ରାମ, ୫୦ ଗ୍ରାମ ଓ ୧୦୦ ଗ୍ରାମ ଯାଏଁ ବିକଳ୍ପ ଉପଲବ୍ଧ। ଡିସେମ୍ବର ୩ରେ ଏହି କମ୍ପାନୀ ହାଇଦ୍ରାବାଦରେ ପ୍ରଥମେ ଖୋଲାଯାଇଥିବା ବେଳେ ଏହା ଦୁନିଆର ପ୍ରଥମ ରିୟଲ-ଟାଇମ୍‌‌ ଗୋଲ୍ଡ ଏଟିଏମ।
କମ୍ପାନୀ ପକ୍ଷରୁ ଏହି ଏଟିଏମ ନେଇ ଅନ୍ୟାନ୍ୟ ତଥ୍ୟ ପ୍ରକାଶ କରାଯିବା ସହ ଏହି ଏଟିଏମରୁ ସୁନାର ଟଙ୍କା ବାହାରିବା ସମୟରେ ସେହି ସୁନାର ମୂଲ୍ୟ ମଧ୍ୟ ଜଣାଇଥାଏ। ଏହା ହେଉଛି ଏହି ଏଟିଏମର ବିଶେଷତ୍ୱ।
କମ୍ପାନୀ ପକ୍ଷରୁ କୁହାଯାଇଛି, ଲୋକେ ସୁନାରେ ନିବେଶ କରିବା ସହ ସୁନାର ଚାହିଦା ମଧ୍ୟ ଆହୁରି ବୃଦ୍ଧି ପାଉଛି। ଏହାକୁ ନଜରରେ ରଖି ଏହି ସୁନାର ଏଟିଏମ ଲଗା ଯାଇଛି। ଏହା ଦ୍ୱାରା ବର୍ତ୍ତମାନ ଲୋକଙ୍କ ପାଇଁ ଶୁଦ୍ଧ ସୁନା ସହଜରେ ଉପଲବ୍ଧ ହୋଇ ପାରୁଛି। ସୁନା କିଣିବା ମଧ୍ୟ ସହଜ ହୋଇଛି। ଏହି ଏଟିଏମର ଉଦ୍ଦେଶ୍ୟ ୨୪ ଘଣ୍ଟା ଗ୍ରାହକଙ୍କୁ ସୁନା କିଣିବାର ସୁବିଧା ପ୍ରଦାନ କରିବା। ଏହି ଏଟିଏମରୁ ବାହାରୁ ଥିବା ସୁନା ୨୪ କ୍ୟାରେଟ୍‌‌ ସୁନା ଓ ୯୯୯ ପ୍ରମାଣିତ। ଲୋକେ ସୁନାର ଟଙ୍କା ଦୋକାନ ବଦଳରେ ଏଣିକି ଏହି ଏଟିଏମରୁ ପାଇପାରିବେ।

Comments are closed.