ହାଇଦ୍ରାବାଦ ଏନକାଉଣ୍ଟର ଘଟଣା: ଆସନ୍ତାକାଲି ସୁପ୍ରିମକୋର୍ଟରେ ଶୁଣାଣି

ହାଇଦ୍ରାବାଦ: ‘ଦିଶା’ ଗଣବଳାତ୍କାର ଓ ହତ୍ୟା ମାମଲାର ୪ ଅଭିଯୁକ୍ତଙ୍କୁ ହାଇଦ୍ରାବାଦ ପୁଲିସ ଏନକାଉଣ୍ଟରରେ ମାରିଦେବା ଘଟଣା ଆସନ୍ତାକାଲି ସୁପ୍ରିମକୋର୍ଟରେ ଶୁଣାଣି ହେବ। ଏହି ଘଟଣା ପାଇଁ ପୁଲିସ ବିରୋଧରେ ୨ ଜଣ ଓକିଲ ସୁପ୍ରିମକୋର୍ଟରେ ପିଟିଶନ ଦାୟର କରିବା ସହିତ ସମ୍ପୃକ୍ତ ପୁଲିସ ଅଧିକାରୀଙ୍କ ବିରୋଧରେ ମାମଲା ରୁଜୁ କରି ତଦନ୍ତ କରିବାକୁ ଦାବି କରିଥିଲେ। ଆସନ୍ତାକାଲି ସୁପ୍ରିମକୋର୍ଟ ଏହି ଘଟଣାର ଶୁଣାଣି ପାଇଁ ସମୟ ଧାର୍ଯ୍ୟ କରିଥିଲେ। ସୁପ୍ରିମକୋର୍ଟର ଶୁଣାଣି ସମୟରେ ଉପସ୍ଥିତ ରହିବା ପାଇଁ ସାଇଦ୍ରାବାଦ ପୁଲିସ କମିଶନର ଭିଜି ସଜନାର ଦିଲ୍ଲୀରେ ପହଞ୍ଚିଥିବା ସୂଚନା ମିଳିଛି।

ସୁପ୍ରିମକୋର୍ଟର ଓକିଲ ଜି.ଏସ. ମଣି ଏବଂ ପ୍ରଦୀପ କୁମାର ଏହି ଏନକାଉଣ୍ଟର ବିରୋଧରେ ପିଟିଶନ ଦାଖଲ କରିଥିଲେ। ଏମାନଙ୍କ କହିବା ଅନୁସାରେ ୨୦୧୪ରେ ସୁପ୍ରିମକୋର୍ଟ ଦେଇଥିବା ଗାଇଡ୍‌ଲାଇନ ପାଳନ କରାଯାଇ ନାହିଁ। ଏନକାଉଣ୍ଟରରେ ସାମିଲ ପୁଲିସ ଅଧିକାରୀଙ୍କ ବିରୋଧରେ ଏତଲା ରୁଜୁ କରିବା, ତଦନ୍ତ କରିବା ଏବଂ କାର୍ଯ୍ୟାନୁଷ୍ଠାନ ନେବାକୁ ପିଟିଶନରେ ଦାବି କରାଯାଇଥିଲା। ଅନ୍ୟପଟେ ଜାତୀୟ ମାନବାଧିକାର କମିଶନ(ଏନଏଚଆରସି) ହାଇଦ୍ରାବାଦ ଏନକାଉଣ୍ଟର ଘଟଣାର ତଦନ୍ତ କରୁଛନ୍ତି।

Comments are closed.