ହାଇଦ୍ରାବାଦ ମହାନଗର ନିଗମ ନିର୍ବାଚନ : ବିଜେପି-ଟିଆରଏସ ମଧ୍ୟରେ କଡା ଟକ୍କର

ହାଇଦ୍ରାବାଦ : ଗ୍ରେଟର ହାଇଦ୍ରାବାଦ ମହାନଗର ନିଗମ (ଜିଏଚ୍ଏମସି) ପାଇଁ ଅନୁଷ୍ଠିତ ନିର୍ବାଚନର  ଶୁକ୍ରବାର ଭୋଟ  ଗଣତି ହେଉଛି। ନିଗମର ୧୫୦ ୱାର୍ଡ ପାଇଁ ୧,୧୨୨ ଜଣ ପ୍ରାର୍ଥୀ ପ୍ରତଦ୍ବନ୍ଦିତା କରିଛନ୍ତି। ଏଥର ଏହି ନିଗମ ନିର୍ବାଚନର ସ୍ବତନ୍ତ୍ର କାରଣ ହେଉଛି, କେନ୍ଦ୍ରର ବିଜେପି ସରକାରଙ୍କ କେନ୍ଦ୍ରୀୟ ନେତୃତ୍ୱ ଏହି ନିର୍ବାଚନରେ ​​ନିଜର ସମ୍ପୂର୍ଣ୍ଣ ଶକ୍ତି ଲଗାଇ ଦେଇଛନ୍ତି । ଏଭଳି ପରିସ୍ଥିତିରେ ଆସାଦୁଦ୍ଦିନ ଓୱେସି ଏବଂ କେ. ଚନ୍ଦ୍ରଶେଖର ରାଓଙ୍କୁ କଡା ମୁକାବିଲାର ସମ୍ମୁଖୀନ ହେବାକୁ ପଡିଛି।

ପ୍ରାରମ୍ଭିକ ଟ୍ରେଣ୍ଡରେ, ବିଜେପି,ଏଆଇଏମଆଇଏମ ଏବଂ ଟିଆରଏସକୁ ପଛରେ ପକାଇ ବହୁ ଆଗରେ ରହିଛି। ବିଜେପି ବହୁ ଆସନରେ ଆଗୁୁଆ ରହିଛି।

ତେବେ ପରବର୍ତ୍ତି ଟ୍ରେଣ୍ଡରେ ଟିଆରଏସ ଆଗରେ ରହିଛି। ଏବେ ଟିଆରଏସ ୫୩, ଏଆଇଏମଆଇଏମ ୯ ଏବଂ ବିଜେପି ୨୦ଟି ଆସନରେ ଆଗରେ ରହିଛି।

 

Comments are closed.