ମହିଳାଙ୍କ ମୁମ୍ବାଇ ନିଶା, ୨ମାସର ପୁଅକୁ ୪୫ହଜାରରେ ବିକ୍ରି

ହାଇଦରାବାଦ: ମୁମ୍ବଇ ଭ୍ରମଣ ପାଇଁ ରହିଥିବା ସ୍ବପ୍ନ ସାକାର କରିବାକୁ ଯାଇ ଜଣେ ମହିଳା ନିଜ ୨ମାସର ଶିଶୁ ପୁତ୍ରକୁ ୪୫ହଜାର ଟଙ୍କାରେ ବିକ୍ରି କରିଥିବା ଭଳି ଚାଞ୍ଚଲ୍ୟ ଖବର ମିଳିଛି। ​ଶେଖ୍‌ ଜୋୟା ଖାଁ(୨୨) ନାମ୍ନୀ ଏହି ମହିଳା ସ୍ବାମୀ ଅବଦୁଲ ମୁଜାହିଦଙ୍କ ସହିତ ଝଗଡ଼ା କରି ହାଇଦରାବାଦ ହବିବ ନଗର ଥାନା ଅଞ୍ଚଳରେ ଏକୁଟିଆ ବସବାସ କରନ୍ତି। ମଙ୍ଗଳବାର ଶିଶୁ ପୁତ୍ର ଶେଖ ଅଦନାନକୁ ବିକ୍ରି କରିବା ପାଇଁ ସେ ଉଦ୍ୟମ କରୁଥିବା ସୂଚନା ପାଇବା ପରେ ମୁଜାହିଦ ପୁଲିସକୁ ଜଣାଇଥିଲେ। ପୁଲିସ ଜୋୟା ଓ ତାଙ୍କୁ ଏଥିରେ ସହାୟତା କରୁଥିବା ବ୍ୟକ୍ତି ଓ ଶିଶୁକୁ କିଣିଥିବା ପରିବାରର ୩ଜଣଙ୍କୁ ଗିରଫ କରିଛି। ଏଥିସହିତ ଶିଶୁ ପୁତ୍ରକୁ ମୁଜାହିଦଙ୍କୁ ହସ୍ତାନ୍ତର କରିଛି।

Comments are closed.