ସ୍ତ୍ରୀ ପାଇଁ ଜୀବନ ଦେଲେ ସ୍ବାମୀ

0

କୋରାପୁଟ: ବିଦ୍ୟୁତ୍ ଆଘାତରେ ଆସି ଜଣେ ମହିଳା ଗୁରୁତର ହୋଇଥିବା ବେଳେ ତାଙ୍କ ସ୍ବାମୀ ପ୍ରାଣ ହାରିଛନ୍ତି । ଏଭଳି ଏକ ଅଭାବନୀୟ ଘଟଣା ଜୟପୁର ସହର ଜି. ବାଲିଗୁଡାରେ ଘଟିଛି । ଆଜି ସକାଳେ ମହିଳା ଜଣଙ୍କ ଲୁଗା ଶୁଖାଉ ଥିବା ବେଳେ ଅସାବଧାନତା ବଶତଃ ବିଦ୍ୟୁତ ତାରରେ ସଂସ୍ପର୍ଶ ଆସି ଯାଇଥିଲେ । ତାଙ୍କ ଚିତ୍କାର ଶୁଣି ବଞ୍ଚାଇବାକୁ ସ୍ବାମୀ ଧାଇଁ ଆସିଥିଲେ । ବିଦ୍ୟୁତ୍ ଆଘାତରେ ଉଭୟ ଗୁରୁତର ହୋଇଥିବା ବେଳେ ସେମାନଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ମହିଳାଙ୍କ ସ୍ବାମୀଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ଅନ୍ୟପଟେ ମହିଳାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବା ଜଣାପଡିଛି ।

Leave A Reply