ସ୍ତ୍ରୀ ଗଳାକାଟି ହତ୍ୟାକଲା ମଦ୍ୟପ ସ୍ୱାମୀ, ବେସାହାରା ହେଲା ୨ ମାସର ଶିଶୁପୁତ୍ର

କୋଲାବନଗର: ସ୍ବାମୀଙ୍କୁ ମଦ ପିଇବାକୁ ବାରଣ କଲେ ସ୍ତ୍ରୀ। ଏଥିରେ ରାଗି ଯାଇ ମଦ୍ୟପ ସ୍ବାମୀ ଅତି ବର୍ବୋରଚିତ ଭାବେ ସ୍ତ୍ରୀର ଗଳାକାଟି ହତ୍ୟାକଲା। ତେବେ ମଦ୍ୟପ ସ୍ବାମୀଙ୍କ ଏଭହି ଜଘନ୍ୟ ହତ୍ୟାକାଣ୍ଡ ପରେ ଏବେ ମାତ୍ର ୨ ମାସର ଶିଶୁପୁତ୍ର ବେସାହାରା ହୋଇଯାଇଛି।
କୋରାପୁଟ ସଦର ଥାନା ଅନ୍ତର୍ଗତ ଦେବିଘାଟ ପଞ୍ଚାୟତର ଧଉଡା ପଦର ଗ୍ରାମରେ ଏକ ଜଘନ୍ୟ ହତ୍ୟା କାଣ୍ଡ ଘଟିଯାଇଛି। ମଦ୍ୟପ ସ୍ୱାମୀ କାର୍ତ୍ତିକ ଟାକରି ମଦ ନିଶାରେ ସ୍ତ୍ରୀର ଗଳା କାଟି ୨ ଖଣ୍ଡ କରିଦେଇଛି। ଚିକେନ କାଟିବା ଧାରୁଆ ଆସ୍ତ୍ର, ଖଣ୍ଡା ଓ ମାରଣାସ୍ତ୍ର ଦ୍ୱାରା ସ୍ତ୍ରୀ ପାର୍ବତୀ ଓରଫ ମିଲ୍ଲି କମାରକୁ ଶରୀରିକୁ ୨ ଖଣ୍ଡ କରି ଅତି ନୃଶଂସ ଭାବେ ହତ୍ୟା କରିଛି। ମଦ ପିଇ କାର୍ତ୍ତିକ ଏପରି କାଣ୍ଡ ଭିଆଇଥିବା ଗ୍ରାମବାସୀମାନେ ସୂଚନା ଦେଇଛନ୍ତି।
ପାରିବାରିକ କଳହରୁ ଏପରି ଜଘନ୍ୟ ହତ୍ୟାକାଣ୍ଡ ଘଟିଥିବା କୁହାଯାଇଥିବା ବେଳେ ସେମାନଙ୍କ ଏକ ୨ ମାସର ପୁତ୍ର ସନ୍ତାନ ରହିଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି କାର୍ତ୍ତିକକୁ ଗିରଫ କରିଥିବାବେଳେ ଗ୍ରାମରେ ଉତ୍ତେଜନା ଦେଖାଯାଇଛି।
ପ୍ରତ୍ୟେକ ଦିନ ଅଭିଯୁକ୍ତ ସ୍ୱାମୀ କାତର୍ତ୍ତିକ ସ୍ତ୍ରୀ ପାର୍ବତୀଙ୍କ ମଧ୍ୟରେ ମଦ ପିଇବାକୁ ନେଇ ଝଗଡା ଓ ଅସନ୍ତୋଷ ଲାଗି ରହିଥିଲା। ଗତକାଲି କାର୍ତ୍ତିକ ବିଳମ୍ବିତ ରାତିରେ ମଦ ପିଇ ଘରକୁ ଆସିଥିଲା। ଏହାପରେ ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ବଚସା ହୋଇଥିଲା। ଏଥିରେ ରାଗି ଯାଇ ମଦ୍ୟପ ସ୍ୱାମୀ କାର୍ତ୍ତିକ ବିଭିନ୍ନ ମରାଣାସ୍ତ୍ରରେ ରାତି ସାରା ସ୍ତ୍ରୀ ପାର୍ବତୀକୁ ଅମାନିବିୟ ଭାବେ ହତ୍ୟା କରିଥିଲା। ରାତିରେ କାର୍ତ୍ତିକର ଉଗ୍ର ରୂପ ଦେଖି ସମ୍ପର୍କୀୟ ଓ ସାହିପଡ଼ୋଶୀ ଭୟଭିତ ହୋଇଯାଇଥିଲେ। କାର୍ତ୍ତିକ କବାଟ କିଳି ସ୍ତ୍ରୀ ହତ୍ୟା କରୁଥିଲା ବେଳେ ଘର ଭିତରେ ୨ ମାସର ଶିଶୁ ଚିତ୍କାର କରି କାନ୍ଦୁଥିଲା। ଗ୍ରାମବାସୀଙ୍କଠାରୁ ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି କାର୍ତ୍ତିକକୁ ଗିରଫ କରିଛି। ଏହା ସହିତ ସାଇଣ୍ଟିଫିକ ଟିମ ତଦନ୍ତ କରି ଫେରିଆସିଛି। ଏନେଇ କୋରାପୁଟ ସଦର ଥାନାରେ ୩୦୨ ଦଫାରେ ୧୨୬/୨୦ ହତ୍ୟା ମାମଲା ରୁଜୁ ପୋଲିସ ତଦନ୍ତ କରୁଛି। ସ୍ତ୍ରୀ ପାର୍ବତୀର ଶବ ବ୍ୟବଛେଦ ପରେ ତାଙ୍କର ମୃତଦେହ ପରିବାର ଲୋକଙ୍କୁ ହସ୍ତାନ୍ତ କରାଯାଇଛି। ଏହି ଘଟଣାକୁ ନେଇ ଗ୍ରାମରେ ଉତ୍ତେଜନା ଦେଖାଯାଇଛି। ଗ୍ରାମବସୀମାନେ ପୁଲସ ଗାଡି ଅଟାକଇବା ସହ ୫ ଲକ୍ଷ ଟଙ୍କା ଦାବି କରିଥିଲେ। ଗ୍ରାମର ସରପଞ୍ଚା ଓ ଗ୍ରାମବସୀ ଅଭିଯୁକ୍ତ କାର୍ତ୍ତିକକୁ କଠୋର ଦଣ୍ଡ ଦେବାକୁ ଦାବି କରିଛନ୍ତି। ଘଟଣା ସ୍ଥଳକୁ ଯାଇ ସଦର ଥାନା ଅଧିକାରି ସମର୍ପିତା ସ୍ୱାଇଁ, ଏସଆଇ ଶ୍ବେତପଦ୍ମା ସେଠ୍, କୋଲାବ ଫାଣ୍ଡି ଅଧିକାରି ଅର୍ଜୁନ ବାଙ୍କା ପ୍ରମୁଖ ତଦନ୍ତ ତଦନ୍ତ ଜାରି ରଖିଛନ୍ତି।