ଚରିତ୍ର ସନ୍ଦେହରେ ସ୍ତ୍ରୀକୁ ଟାଙ୍ଗିଆରେ ହାଣି ହତ୍ୟା,ସ୍ୱାମୀ ଫେରାର

କେନ୍ଦୁଝରଗଡ: ଚରିତ୍ରକୁ ସନ୍ଦେହ କରି ସ୍ତ୍ରୀକୁ ହତ୍ୟା କରିବା ଭଳି ଏକ ଅଭାବନୀୟ ଘଟଣା ବାଂଶପାଳ ବ୍ଲକ ରୁଗୁଡିସାହିରେ ଶୁକ୍ରବାର ରାତିରେ ଘଟିଛି।  ଚରିତ୍ରକୁ ସନ୍ଦେହ କରି ସ୍ୱାମୀ ଯଦୁ ମହାକୁଡ ଓ ସ୍ତ୍ରୀ ବନିତା ମଧ୍ୟରେ ଶୁକ୍ରବାର ରାତି ପ୍ରାୟ ୧୦ଟାରେ ଝଗଡା ହୋଇଥିଲା। ଝଗଡାରେ ସ୍ୱାମୀ ଯଦୁ ଉତ୍‍କ୍ଷିପ୍ତ ହୋଇ ଏକ ଟାଙ୍ଗିଆରେ  ହାଣି ଦେବାରୁ ଘଟଣାସ୍ଥଳରେ ବନିତାର ମୃତ୍ୟୁ ଘଟିଥିଲା। ଖବରପାଇ ଶନିବାର ସକାଳେ ସ୍ଥାନୀୟ ନୟାକୋଟ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରିବା ସହ ବ୍ୟବଛେଦ ପାଇଁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିବା ଥାନା ଅଧିକାରୀ ବିଦେଶୀ ବାଗ କହିଛନ୍ତି। ଏହି ଘଟଣାରେ ବ୍ୟବହୃତ ଟାଙ୍ଗିଆକୁ ପୁଲିସ ଜବତ କରିଥିବା ବେଳେ ଅଭିଯୁକ୍ତ ସ୍ୱାମୀ ଯଦୁ ଫେରାର ଥିବା ଥାନା ଅଧିକାରୀ ଶ୍ରୀ ବାଗ କହିଛନ୍ତି। ସ୍ତ୍ରୀର ଅନୈତିକ ସମ୍ପର୍କରୁ ଏହି ହତ୍ୟାକାଣ୍ଡ ଘଟିଥିବା ପୁଲିସ ପ୍ରାଥମିକ ତଦନ୍ତରୁ ଜଣାପଡିଛି।

Comments are closed.