ଶଶୁର ଘରେ ସ୍ତ୍ରୀକୁ ହତ୍ୟା କରି ସ୍ୱାମୀ ଫେରାର

ପାଟଣା (ନିପ୍ର) କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ଦୈତାରୀ ଥାନା ଅନ୍ତର୍ଗତ ବଳିପର୍ବତର ଶ୍ୱଶୁର ଘରେ ରହୁଥିବା ମୟୁରଭଂଜ ଜିଲ୍ଲା ମହୁଲଡିହା ର ଗଣପତି ବେହେରା (୩୦) ନାମକ ଜଣେ ବ୍ୟକ୍ତି ସୋମବାର ରାତି ପତ୍ନି ଟିକିଲି ମହାନ୍ତି (୨୫) କୁ ମାରଣାସ୍ତ୍ରରେ ଆକ୍ରମଣ କରି ହତ୍ୟା କରି ଫେରାର ହୋଇଯାଇଛି । ମଙ୍ଗଳବାର ସକାଳୁ ଏହି ହତ୍ୟା ଘଟଣା ଜଣାପଡିବା ପରେ ବଳିପର୍ବତରେ ରହୁଥିବା ମୃତା ଟିକିଲିଙ୍କ ମାମୁଁ ପୁଅ ଭାଇ ଅକ୍ଷୟ କୁମାର ଦାସ ଦୈତାରୀ ଥାନାରେ ଏତଲା ଦେଇଛନ୍ତି ।

ମୃତା ଟିକିଲି ୩ ବର୍ଷ ତଳେ ଗଣପତିଙ୍କୁ ବିବାହ କରିଥିଲେ ଓ ତାଙ୍କର ୧୦ ମାସର ପୁଅଟିଏ ରହିଛି । କିଛି ଦିନ ହେଲା ଟିକିଲିର ମାଆ ସୁଭଦ୍ରା ମହାନ୍ତି ସାନଝିଅ ଘର ଯାଜପୁର ଅଂଚଳକୁ ଯାଇଥିବାରୁ ଗଣପତି ଏହାର ସୁଯୋଗ ନେଇ ଟିକିଲିଙ୍କୁ ହତ୍ୟା କରି ଫେରାର ହୋଇଯାଇଛି । ଟିକିଲିଙ୍କ ବାମ ପଟ ଆଖି, କାନ ଓ ଗାଲରେ କ୍ଷତ ଚିହ୍ନ ଥିବା ଦେଖିବାକୁ ମିଳିଛି । ଅଭିଯୋଗ ପାଇବା ପରେ ଦୈତାରୀ ଥାନାଧିକାରିଣୀ ତୁଳସୀ ମଂଜରୀ ଭୂୟାଁ ଏବଂ ପୁଲିସ ଟିମ ଘଟଣା ସ୍ଥଳକୁ ଯାଇ ପାରିପାର୍ଶ୍ବିକ ସ୍ଥିତିକୁ ଅନୁଧ୍ୟାନ କରିବା ସହ ମୃତା ଟିକିଲିଙ୍କ ଶବକୁ ଉଦ୍ଧାର କରି ବ୍ୟବଛେଦ ନିମନ୍ତେ ଆନନ୍ଦପୁର ପଠାଇଥିଲେ । ଫେରାର ଗଣପତି ଙ୍କ ପତ୍ତା ମିଳିନଥିବା ଜଣାପଡିଛି ।

Comments are closed.