ସ୍ତ୍ରୀକୁ ମାଡ଼ ମାରି ଗଛରେ ଟାଙ୍ଗିଲା ସ୍ୱାମୀ : ମହିଳା ଗୁରୁତର

ଆନନ୍ଦପୁର : ସାରା ରାଜ୍ୟରେ ରଜ ଉତ୍ସବ ଚାଲିଥିବା ବେଳେ ଘସିପୁରା ଥାନା ନଦୁଆଁ ଗାଁରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ସ୍ତ୍ରୀକୁ ମାଡ଼ ମାରି ସ୍ୱାମୀ ଓ ତାଙ୍କ ସହଯୋଗୀ ଗାଁ ପାଖ ଏକ ଗଛରେ ଟାଙ୍ଗି ଦେଇଛନ୍ତି। ବେକକୁ ରଶିରେ ବାନ୍ଧି ଗଛରେ ଟାଙ୍ଗିଥିବା ବେଳେ ଡାଳ ଭାଙ୍ଗିଯିବାରୁ ମହିଳା ଜଣକ ତଳେ ପଡ଼ି ଗୁରୁତର ହୋଇଛନ୍ତି। ଗୁରୁତର ମହିଳାଙ୍କୁ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଅନ୍ୟପକ୍ଷରେ ୨ ଅଭିଯୁକ୍ତ ଫେରାର ହୋଇଯାଇଥିବା ଜଣାପଡ଼ିଛି। ସୂଚନା ଅନୁସାରେ, ସ୍ୱାମୀର ଦ୍ୱିତୀୟ ବିବାହକୁ ବିରୋଧ କରିବାରୁ ମହିଳା ଜଣଙ୍କୁ ଏଭଳି ଆକ୍ରମଣ କରାଯାଇଛି।

Comments are closed.