ସ୍ୱାମୀର ଫାର୍ସା ଚୋଟରେ ସ୍ତ୍ରୀ ଓ ଦୁଇ ଝିଅ ଗୁରୁତର

ଢେଙ୍କାନାଳ: ସ୍ୱାମୀର ଫାର୍ସା ଚୋଟରେ ସ୍ତ୍ରୀ ଓ ଦୁଇଝିଅ ଗୁରୁତର। ଏଭଳି ଅଭାବନୀୟ ଘଟଣା ଘଟିଛି ଢେଙ୍କାନାଳ କାମାକ୍ଷାନଗର ଥାନା ଡିମିରିଆ ଗାଁରେ।

ମିଳିଥିବା ସୂଚନା ମୁତାବକ, କାମଧନ୍ଦା ନକରି ଘରେ ବସିବା ନେଇ ପ୍ରତିବାଦ କରିବାରୁ ନୃଶଂସ ବାପା ଏଭଳି କାଣ୍ଡ ଭିଆଇଥିବା ଜଣାପଡ଼ିଛି। ଫାର୍ସା ଚୋଟରେ ଗୁରୁତର ହୋଇ ସ୍ତ୍ରୀ ମିନାକ୍ଷୀ ରାଉତ ପ୍ରଥମେ ଢେଙ୍କାନାଳ ପରେ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର ହୋଇଛନ୍ତି। ବଡଝିଅ ଅଞ୍ଜଳୀ ରାଉତ ଓ ନାବାଳିକା ଝିଅ ମୋନାଲିସା ରାଉତ ଢେଙ୍କାନାଳ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଆକ୍ରମଣ ପରେ ଅଭିଯୁକ୍ତ ବାପା ପ୍ରାଣବନ୍ଧୁ ରାଉତଙ୍କୁ ଗ୍ରାମବାସୀ କାବୁକରି ଘରେ ବନ୍ଦି କରି ରଖିଥିବା ସୂଚନା ମିଳିଛି। କାମାକ୍ଷାନଗର ପୁଲିସର ତଦନ୍ତ ଜାରି ରଖିଛି।

Comments are closed.