ବନ୍ଧୁକ ସହ ଶିକାରୀ ଗିରଫ

ଚୌଦ୍ୱାର : ଚୌଦ୍ୱାର ଥାନା ଅଧିନ ମଙ୍ଗରାଜପୁର ଫରେଷ୍ଟ ସେସ୍କନ ଡମଡମଣି ଜଙ୍ଗଲରୁ ୨ଜଣ ଶିକାରୀଙ୍କ ସହିତ ଗୋଟିଏ ବନ୍ଧୁକ ଜବତ କରିଛି ବନବିଭାଗ। ଶିକାରୀ ୨ଜଣ ହେଲେ ଏହି ଥାନା ଅଧିନ ରାମଚନ୍ଦ୍ରପୁର ଗ୍ରାମର ସଞ୍ଜୟ ବାଡି ଓ ବେରେଣା ଗ୍ରାମର ମଧୁ ପୁର୍ତ୍ତୀ। ସେମାନଙ୍କ ଠାରୁ ଏକ ଦେଶି ବନ୍ଧୁକ ଓ ୩ଟି ଗୁଳି ଜବତ ହୋଇଛି। ମଙ୍ଗରାଜପୁର ଫରେଷ୍ଟର ମାଣିକ ମୁଣ୍ଡାଙ୍କ ସୁଚନା ଅନୁଯାୟୀ ରବିବାର ଦିନ ପ୍ରାୟ ୨ଟା ସମୟରେ ସେ ଓ ବନକର୍ମଚାରୀ ଜଙ୍ଗଲରେ ପାଟ୍ରୋଲିଙ୍ଗ କରୁଥିଲେ। ଏହି ସମୟରେ ଡମଡମଣି ଜଙ୍ଗଲ ଆଡକୁ ଏଜ ବାଇକରେ ଅଭିଯୁକ୍ତ ୨ଜଣ ଖୁବ ଦ୍ରୁତ ଗତିରେ ପଳାଉଥିଲେ। ସେମାନଙ୍କୁ ଅଟକାଇବା ପାଇଁ ଚେଷ୍ଟା କରିଥିଲେ ହେଁ ସେମାନେ ଅଟକିନଥିଲେ। ପରେ ସେମାନଙ୍କୁ ପିଛା କରି ଧରିବାରୁ ସେମାନଙ୍କ ନିକଟରୁ ବନ୍ଧୁକ ଓ ଗୁଳି ବହାରିଥିଲା ଓ ସେମାନେ ଜଙ୍ଗଲକୁ ଶିକାର ପାଇଁ ଯାଉଥିବା ସ୍ୱୀକାର କରିଥିଲେ। ଉଭୟକୁ ଅଧିକ ତଦନ୍ତ ପାଇଁ ବୈରୀ ରେଞ୍ଜ କାର୍ଯ୍ୟାଳୟରେ ଅଟକ ରଖାଯାଇଥିବା ଫରେଷ୍ଟର ସୁଚନା ଦେଇଛନ୍ତି।

Comments are closed.