ଦୁଧିଆଣୀ ରେଞ୍ଜ ଅଞ୍ଚଳରୁ ଜଣେ ଶିକାରୀ ଗିରଫ

ଠାକୁରମୁଣ୍ଡା: ପୁଣି ଜଣେ ଶିକାରୀକୁ ଗିରଫ କଲା ବନଭିବାଗ। କରଞ୍ଜିଆ ବନଖଣ୍ଡ ଅନ୍ତର୍ଗତ ଦୁଧିଆଣି ରେଞ୍ଜର ଗୁଡିଡିହା ସଂରକ୍ଷିତ ଜଙ୍ଗଲରେ ଜଣେ ଶିକାରୀ ଜଙ୍ଗଲରେ ନିଆଁ ଲଗାଇ ଶିକାର ପାଇଁ ଫାସ ବିଛାଇଥିବା ବେଳେ କୌଣସି ସୂତ୍ରରୁ ଖବର ପାଇ ବନବିଭାଗ ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି। ଗିରଫ ଯୁବକଜଣକ ହେଲେ ସାଲୁ ତିଉ, ଘର ଖଡ଼ିକୁଦର ବୋଲି ଜଣାପଡ଼ିଛି। ତେବେ ଯୁବକକୁ ଗିରଫ କରି ଦୁଧିଆଣି ରେଞ୍ଜ କାର୍ଯ୍ୟାଳୟକୁ ଆଣି ଅଧିକା ପଚରା ଉଚରା କରୁଛି ବନବିଭାଗ। ଗିରଫ ଯୁବକ ପାଖରୁ ୨୨ ଟି ୪୧୫ ଫୁଟର ଫାସ ଜବତ କରାଯାଇଛି। ସେ ଠେକୁଆ ଶିକାର କରିବା ପାଇଁ ବ୍ୟବହାର କରୁଥିଲା ଏହି ଫାସ।

Comments are closed.