ହଙ୍ଗେରୀ ଗ୍ରାଁପ୍ରିରେ ହାମିଲଟନ ଚମ୍ପିଆନ

0

ବୁଦାପେଷ୍ଟ : ମର୍ସିଡିଜ୍‍ ଡ୍ରାଇଭର ଲୁଇସ ହାମିଲଟନ ଏଠାରେ ଚାଲିଥିବା ସିଜିନର ଦ୍ୱାଦଶ ଫର୍ମୁଲା ୱାନ ରେସ୍‍ ହଙ୍ଗେରୀ ଗ୍ରାଁପ୍ରିରେ ଚମ୍ପିଆନ ହୋଇଛନ୍ତି। ରବିବାର ଅନୁଷ୍ଠିତ ଚୂଡାନ୍ତ ରେସ୍‍ରେ ହାମିଲଟନ ୪.୩୮୧ କିମି ଦୂରତ୍ୱ ବିଶିଷ୍ଟ ଟ୍ରାକ୍‍କୁ ୧ ଘଣ୍ଟା ୩୭ ମିନିଟ ୧୬.୪୨୭ ସେକେଣ୍ଡରେ ୭୦ ଥର ପରିକ୍ରମା କରି ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ଫରାରିର ଦୁଇ ଡ୍ରାଇଭର ସେବାଷ୍ଟିଆନ ଭେଟେଲ ଓ କିମି ରାଇକୋନେନ୍‍ ଯଥାକ୍ରମେ ୨ୟ ଓ ୩ୟ ସ୍ଥାନ ଅଧିକାର କରିଛନ୍ତି। ଅପରପକ୍ଷରେ ଫୋର୍ସ ଇଣ୍ଡିଆର ଦୁଇ ଡ୍ରାଇଭର ଏଷ୍ଟିବାନ ଓକନ ଓ ସର୍ଗିଓ ପେରେଜଙ୍କୁ ଯଥାକ୍ରମେ ୧୩ଶ ଓ ୧୪ଶ ସ୍ଥାନରେ ସନ୍ତୁଷ୍ଟ ହେବାକୁ ପଡିଛି। ଚଳିତ ସିଜିନରେ ହାମିଲଟନଙ୍କର ଏହା ହେଉଛି ୫ମ ଟାଇଟଲ। ପୂର୍ବରୁ ସେ ଆଜରବୈଜାନ, ସ୍ପାନିଶ, ଫ୍ରେଞ୍ଚ ଓ ଜର୍ମାନ ଗ୍ରାଁପ୍ରିରେ ଚମ୍ପିଆନ ହୋଇସାରିଛନ୍ତି। ଏହି ବିଜୟ ଫଳରେ ହାମିଲଟନ ୨୧୩ ପଏଣ୍ଟ ପାଇ ଡ୍ରାଇଭରଙ୍କ ତାଲିକା ଶୀର୍ଷରେ ଥିବାବେଳେ ଭେଟେଲ ୨ୟ (୧୮୯ ପଏଣ୍ଟ) ଓ ରାଇକୋନେନ୍‍ (୧୪୬ ପଏଣ୍ଟ) ୩ୟ ସ୍ଥାନରେ ରହିଛନ୍ତି।

Leave A Reply