ପ୍ରଶାସନର ଲିଖିତ ପ୍ରତିଶ୍ରୁତି ପରେ ଆମରଣ ଅନଶନ ପ୍ରତ୍ୟାହୃତ

ତେଲକୋଇ: ତେଲକୋଇ ବିଦ୍ୟୁତ ସମସ୍ୟାର ୩ଦଫା ଦାବି ନେଇ ଆମରଣ ଅନଶନ ବୁଧୁବାର ଠାରୁ ଜାରି ରହିଥିଲା।bତେବେ ଅନଶନର ୩୦ଘଣ୍ଟା ପରେ ଗୁରୁବାର ଅପରାହ୍ନରେ ଜିଲାର ବିଦ୍ୟୁତ ବିଭାଗ ଅଧିକାରୀ ଓ ବ୍ଲକ ପ୍ରଶାସନ ଅନଶନକାରୀ କୈଳାସ ଚନ୍ଦ୍ର ପ୍ରଧାନ(୬୬)ଙ୍କ ସହ ବିସ୍ତୃତ ଭାବେ ଆଲୋଚନା କରିଥିଲେ ଏବଂ ତାଙ୍କର ସମସ୍ୟା ସମାଧାନ ଲାଗି  ଲିଖିତ ପ୍ରତିଶ୍ରୁତି ଦେଇଥିଲେ। ଏହାପରେ ସେମାନେ  ଅନଶନକାରୀଙ୍କୁ ଫଳ ରସ ପିଆଇଥିଲେ।  ପ୍ରଶାସନର ଲିଖିତ ପ୍ରତିଶ୍ରୁତି ପାଇବା ପରେ ଅନଶନକାରୀ କୈଳାସଚନ୍ଦ୍ର ପ୍ରଧାନ ଅନଶନ ପ୍ରତ୍ୟାହାର କରିଥିଲେ।

 

ସେହିପରି ୨୨୦/୩୩କେଭି ସବଷ୍ଟେସନ ଗ୍ରୀଡ଼ରୁ ୩୩କେଭିକୁ ବିଦ୍ୟୁତ ସଂଯୋଗୀକରଣ ୨୦୨୨ ଜାନୁୟାରୀ ଶେଷ ସୁଦ୍ଧା ସମ୍ପୂର୍ଣ୍ଣ କରିବା ପାଇଁ ଲିଖିତ ପ୍ରତିଶ୍ରୁତି ଦେଇଥିଲେ। ସେହିପରି ସିରିଗିଡ଼ା ଠାରେ ୩୩କେଭି ସବଷ୍ଟେସନ ପାଇଁ ସରକାର ଙ୍କ ନିକଟକୁ ପ୍ରସ୍ତାବ ଦିଆଯାଇଛି ଅନୁମୋଦନ ହେଲେ କାର୍ଯ୍ୟ କରାଯିବ।ନିରବଚ୍ଛିନ୍ନ ବିଦ୍ୟୁତ ସେବା ପାଇଁ ପ୍ରଶ୍ନରେ କହିଥିଲେ ଯେ ହାତୀ ପାଇଁ ସରକାର ଙ୍କ ନିର୍ଦେଶ କ୍ରମେ ରାତିରେ ବିଦ୍ୟୁତ କାଟ କରାଯାଉଛି। ଏହି ଅନଶନ ସ୍ଥଳରେ ଜିଲା ବିଦ୍ୟୁତ ବିଭାଗର ନିର୍ବାହୀ ଅଧିକାରୀ ବିରଞ୍ଚି ନାରାୟଣ ସାହୁ, ଏସ୍ଡ଼ିଓ ସନ୍ତୋଷ ପରିଡା, ଯନ୍ତ୍ରୀ ଗୋବିନ୍ଦ ଦାସ ସମେତ ସ୍ଥାନୀୟ ବିଡ଼ିଓ ଦିଲ୍ଲୀପ କୁମାର ବାଡ଼ା ଏବଂ ତହସିଲଦାର ଅଶ୍ୱିନୀ କୁମାର ନାଏକ ଉପସ୍ଥିତ ରହିଥିଲେ।

Comments are closed.