ଝାଡ଼ଖଣ୍ଡରେ ଅନାହାର ମୃତ୍ୟୁ ଅଭିଯୋଗ

ନୂଆଦିଲ୍ଲୀ : ଝାଡ଼ଖଣ୍ଡର ଲାତେହାର ଅଞ୍ଚଳରେ ଶୁକ୍ରବାର ଦିନ ଅନାହାରରେ ଜଣେ ୬୫ ବର୍ଷିୟ ବୃଦ୍ଧଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି।
ବୈଷୟିକ ତ୍ରୁଟି ଯୋଗୁଁ ସେ କେତେମାସ ହେବ ପିଡିଏସ୍‍ ରାସନ ସାମଗ୍ରୀ ପାଇନଥିଲେ। ପରିଣାମ ସ୍ୱରୁପ ଉପାସରେ ରହି ତାଙ୍କର ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ସୂଚନା ଅନୁସାରେ ଝାଡ଼ଖଣ୍ଡରେ ବାୟୋମେଟ୍ରିକ ସିଷ୍ଟମ ଜରିଆରେ ରାସନ ସାମଗ୍ରୀ ବଣ୍ଟନ କରାଯାଉଛି। କିଛି ମାସ ହେବ ଏଠାରେ ବାୟୋମେଟ୍ରିକ ମେସିନ କାମ କରୁନାହିଁ। ଫଳରେ ଲାତେହାର ଅଞ୍ଚଳର ବୃଦ୍ଧ ରାମଚରଣ ମୁଣ୍ଡା ରାସନ ସାମଗ୍ରୀ ପାଇନଥିଲେ। କିଛି ଦିନ ହେବ ସହ ଉପାସରେ ରହୁଥିଲେ। ଶେଷରେ ଅନାହାରରେ ଶୁକ୍ରବାର ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ତାଙ୍କ ଝିଅ କହିଛି ଯେ ବାୟୋମେଟ୍ରିକ ମେସିନ ଖରାପ ଥିବାରୁ ୩ ମାସ ହେବ ତାଙ୍କ ପରିବାରକୁ ରାସନ ସାମଗ୍ରୀ ମିଳିପାରିନାହିଁ। ଅତ୍ୟଧିକ ଭୋକରୁ ତାଙ୍କ ବାପାଙ୍କ ମୃତ୍ୟୁ ଘଟିଛି। ଗତ ୪ ଦିନ ହେବ ରାମଚରଣ କିଛି ଖାଇନଥିଲେ।

Comments are closed.