ଧାନ ମଣ୍ଡିରେ ଚଢ଼ାଉ, ଶହେ କ୍ବିଣ୍ଟାଲ୍ ଧାନ ଜବତ

ନର୍ଲା: ଆଜି ସଂଧ୍ୟାରେ ଜିଲ୍ଲା ଯୋଗାଣ ବିଭାଗ ସ୍କ୍ବାର୍ଡ ପକ୍ଷରୁ ନର୍ଲା ବ୍ଲକ ଘୋଡାବନ୍ଧ ଧାନ ମଣ୍ଡିରେ ଚଢ଼ାଉ କରାଯାଇ ୧୯୧ ପ୍ୟାକେଟ ଧାନ ଜବତ କରାଯାଇଛି। ଏହାର ପରିମାଣ ଶହେ କ୍ବିଣ୍ଟାଲ୍ ହେବ ବୋଲି ଜଣାପଡିଛି। ତେବେ ନର୍ଲା ତହସିଲଦାର ମାନସ ରଞ୍ଜନ ତ୍ରିପାଠୀଙ୍କ ପ୍ରତ୍ୟକ୍ଷ ତତ୍ଵାବଧାନରେ ତଥା ନର୍ଲା ଯୋଗାଣ ନିରୀକ୍ଷକ ସନ୍ତୋଷ କୁମାର ପ୍ରଧାନଙ୍କ ଉପସ୍ଥିତିରେ କଳାହାଣ୍ଡି ଜିଲ୍ଲା ଯୋଗାଣ ବିଭାଗର ଏକ ସ୍କ୍ବାର୍ଡ ଘୋଡାବନ୍ଧ ଧାନ ମଣ୍ଡିରେ ତନାଘନା ତଦନ୍ତ କରିବାରେ ଗ୍ରୀବରାଜ ସାହୁଙ୍କ ଶହେ କ୍ବିଣ୍ଟାଲ୍ ଧାନ ଧରାପଡିଥିଲା। ଉକ୍ତ ଧାନର ନଥିପତ୍ର କିଛି ନଥିବାବେଳେ ଏହା ଦଲାଲର ଧାନ ବୋଲି ଜଣାପଡିଥିଲା।

ତେବେ ପ୍ରତ୍ୟେକ ସମୟରେ ମଣ୍ଡିରେ ଦଲାଲଙ୍କ ପ୍ରାଦୁର୍ଭାବ କାରଣରୁ ଚାଷୀ ହଇରାଣ ହେଉଥିବା ଅଭିଯୋଗ ହୋଇ ଆସୁଛି। ଏଥିପାଇଁ ସରକାର କଡାକଡି ନିୟମ ପ୍ରଣୟନ କରିଥିବା ବେଳେ ଆଜି ଯୋଗାଣ ବିଭାଗ ଦ୍ବାରା ଜବତ ହୋଇଥିବା ଧାନ ଦଲାଲଙ୍କ ମୁଖା ଖୋଲି ଦେଇଛି।

Comments are closed.